ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଶାସନ ଗ୍ରାମବାସୀ ସ୍ଥାନୀୟ ଐଶାନେଶ୍ଵର ମହାଦେବଙ୍କୁ ସମର୍ପିତ ବୃଷଭଙ୍କ ଏକ ବିଂଶତମ ଶ୍ରଦ୍ଧାଞ୍ଜଳି ଉତ୍ସବ ଆଜି ନିଆରା ଢଙ୍ଗରେ ପାଳନ କରିଛନ୍ତି। ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ଏବଂ କୁଳନ୍ତିରା ଶାସନ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Advertisment

ମା ' ସଙ୍କଟ ତାରିଣୀ ପୀଠ , ତ୍ରିନାଥ ଗାଦୀ,  ବଡ଼ ପୋଖରୀ ହୁଡ଼ା , ଗ୍ରାମ ଶ୍ମଶାନରେ ବିଭିନ୍ନ ପ୍ରକାର ଫଳ, ଫୁଲ ଏବଂ ଔଷଧୀୟ ଚାରା ରୋପଣ କରାଯାଇଛି। ନଡ଼ିଆ , ଆମ୍ବ , ପଣସ , ପିଜୁଳି , ବଉଳ , ବେଲ, ଅଶୋକା , ଲିମ୍ବ , କାଞ୍ଚନ , ଅର୍ଜୁନ , ପାଟଳି , ଜାମୁ , କୃଷ୍ଣ ଚୂଡ଼ା ପ୍ରଭୁତି ୨ ଶହ ଚାରା ଲଗାଯିବା ସହ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା।

 ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ , ମେଡିକାଲ ଅଫିସର ଶ୍ରୀକାନ୍ତ କୁମାର ବେହେରା , ଏ ଏସ ଆଇ କିଶୋର ପାଢ଼ୀ , ପମ୍ପାଲୋ ସମିତି ସଭ୍ୟା ନମିତା ଭୋଇ , ପୂର୍ବତନ ସରପଞ୍ଚ ତଥା ସମିତି ସଭ୍ୟ ରମେଶ ଚନ୍ଦ୍ର ସାହାଣୀ , ୱାର୍ଡ ସଭ୍ୟା ସୁଜାତା ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମହାନ୍ତି , ଦେବାଶିଷ ମହାନ୍ତି , ମାନସ ଭୋଇ , ମହେଶ୍ୱର ଭୋଇ , କୃଷ୍ଣ ଚନ୍ଦ୍ର ଭୋଇ , ନବ କିଶୋର ବେହେରା , ମନମୋହନ ପ୍ରଧାନ , ଅମୁଲ୍ୟ ପ୍ରଧାନ , କଳ୍ପତରୁ ମହାନ୍ତି , ଭାସ୍କର ସାହୁ , ପ୍ରଫୁଲ୍ଲ ପ୍ରଧାନ , ଲଲାଟେନ୍ଦୁ ଭୋଇ , ପ୍ରେମାନନ୍ଦ ଭୋଇ , ମହେଶ୍ୱର ସାହୁ , ସୁନନ୍ଦ ବେହେରା , ଶତ୍ରୁଘନ ଭୋଇ , ବିଶ୍ୱରଞ୍ଜନ ଭୋଇ , ପ୍ରାଣକୃଷ୍ଣ ମଲ୍ଲିକ , ଲକ୍ଷ୍ମଣ ଭୋଇ , ଜ୍ୟୋତି ପ୍ରକାଶ ପ୍ରଧାନ , ଜଟ ଭୋଇ ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ।  ଠାକୁରାଣୀଙ୍କ ପୂଜକ ମୃତ୍ୟୁଞ୍ଜୟ ଦୀକ୍ଷିତ ଏବଂ ବେଣୁଧର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ। ସନ୍ଧ୍ୟାରେ ବୃଷଭଙ୍କ ସମାଧି ପୀଠ ସନ୍ନିକଟ ତ୍ରିନାଥ ଗାଦୀରେ ଭଜନ ଓ ସଂକୀର୍ତନ ଆୟୋଜନ ହେବ। ଏଥିରେ୨ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଛି।