ନ୍ୟୁୟର୍କ: ଏଣିକି ଆମେରିକାର ରକ୍ତଦାନ କେନ୍ଦ୍ରମାନଙ୍କରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ରକ୍ତରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ତାହାକୁ କରୋନା ପଜିଟିଭ୍ଙ୍କ ଚିକିତ୍ସା ସକାଶେ ବ୍ୟବହାର କରାଯିବ।
ଏଏବିବି ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା କରୋନା ଆକ୍ରାନ୍ତଙ୍କ ସକାଶେ ଔଷଧ ଓ ସେଲୁୁଲାର୍ ଥେରାପି ବାହାର କରିବା ପାଇଁ ଚିନ୍ତା କରିଛି। ଏହି ସଂସ୍ଥା ପକ୍ଷରୁ ଏକ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ସେହି ଗାଇଡ୍ଲାଇନ୍କୁ ମାନି ଅନେକ ରକ୍ତ କେନ୍ଦ୍ର କରୋନାରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କ ରକ୍ତରୁ ପ୍ଲାଜ୍ମା ସଂଗ୍ରହ କରିବାକୁ ଚିନ୍ତା କରିଛନ୍ତି। ଏହି ପ୍ଲାଜମାକୁ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯିବ।
ଏନବିସି ରିପୋର୍ଟ ଅନୁସାରେ, କରୋନାରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ରକ୍ତରୁ ପ୍ଲାଜ୍ମା ନେଇ କରୋନା ସହ ଲଢ଼େଇ କରୁଥିବା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଏହି ପ୍ଲାଜ୍ମା ଥେରାପି ବ୍ୟବହାର କରାଯିବ।
ପୂର୍ବରୁ ମଧ୍ୟ କେତେକ କ୍ଷେତ୍ରରେ ଏପରି ପରୀକ୍ଷା କରାଯାଇଛି। ୧୯୧୮ ମସିହା ଫ୍ଲୁ ସଂକ୍ରମଣ ସମୟରେ ଏହି ପ୍ଲାଜେ୍ମା ଥେରାପି କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଏବୋଲା ଓ ଏଚ୍ୱାନ୍ଏନ୍ୱାାନ୍ ପରି ରୋଗ କ୍ଷେତ୍ରରେ ମଧ୍ୟ ଏହି ଥେରାପିର ପ୍ରୟୋଗ କରାଯାଇଛି। ପ୍ଲାଜ୍ମା ଥେରାପିରେ କେତେକ ପରିମାଣରେ ରୋଗର ଲକ୍ଷଣ ଓ ମୃତ୍ୟୁ ସଂଖ୍ୟା କମ୍ କରାଯାଇପାରେ ବୋଲି ଆଶା କରାଯାଉଛି।