ଆସନ୍ତା ୬ରେ ପୁଣି ଥରେ ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତା ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିନ କେଇଟା ବାକି । ଏପରିସ୍ଥଳେ ଜାତୀୟଦଳ ଗୁଡ଼ିକ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ୧୨୦ ମିଶନକୁ ସାକାର କରିବା ପାଇଁ ମୋଦି ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୬ରେ ନରେନ୍ଦ୍ର ମୋଦ ସୁନ୍ଦରଗଡ଼ ସାଧାରଣ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ସୂଚନା ଦେଇଛନ୍ତି। ସେପଟେ ଆସନ୍ତା ୨ରେ ମୋଦିଙ୍କ କଳାହାଣ୍ଡି ଗସ୍ତ ନେଇ ଚୂଡ଼ାନ୍ତ ହୋଇସାରିଛି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ସ୍ଥିତି ମହଭୁତ କରିବା ପାଇଁ ମୋଦି ପୁଣି ଥରେ ଓଡ଼ିଶା ଆସୁଛନ୍ତି ।ପଶ୍ଚିମ ଓଡ଼ିଶାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ । ମାର୍ଚ୍ଚ ୨୯ରେ ପ୍ରଧାନମନ୍ତ୍ରୀ କୋରାପୁଟ ଆସିଥିଲେ । ମୋଦିଙ୍କ ମାରାଥନ୍‌ ଗସ୍ତରୁ ଜଣାପଡ଼ୁଛି ୧୨୦ ମିଶନ ପାଇଁ ଲାଗି ପଡ଼ିଛନ୍ତି ମୋଦି । କୋରାପୁଟ ଜୟପୁର ସମାବେଶ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷି ଥିଲେ ପ୍ରଧାନମନ୍ତ୍ରୀ । ଚଳିତ ନିର୍ବାଚନରେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରି ନେତୃତ୍ୱ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆହ୍ଵାନ ଦେଇଥିଲେ । ବିକାଶ ନାରେ ରାଜ୍ୟ ସରାକଙ୍କ ଉପରେ ବର୍ଷିଥିଲେ ମୋଦି ।

ସମ୍ବନ୍ଧିତ ଖବର