ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ’ ଆରମ୍ଭ ହୋଇଯାଇଛି। ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ରୋଡ ସୋ’ ଆରମ୍ଭ କରି ଦେଇଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାର ପାର୍ଶ୍ୱରୁ ଏହି ରୋଡ ସୋ’ ଆରମ୍ଭ ହୋଇଥିବା ବେଳେ ପ୍ରାୟ ଘଣ୍ଟାଏ ପରେ ବରମୁଣ୍ଡା ପଡ଼ିଆରେ ପହଂଚିବ। ଏଥି ପାଇଁ ଭାରତୀୟ ଜନତା ଦଳ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସେହିଭଳି ମୋଦୀଙ୍କ ରୋଡ ସୋ’ ପାଇଁ ପୁଲିସର ମଧ୍ୟ ତତ୍ପରତା ବଢ଼ିଛି।
/sambad/media/post_attachments/wp-content/uploads/2019/04/BBSR2-1-1024x498.jpg)
ମୋଦୀଙ୍କ ରୋଡ ସୋ’ ବିମାନବନ୍ଦର ଠାରୁ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଛକ, ଶିରିପୁର ଛକ, ସିଟି ମହିଳା ମହାବିଦ୍ୟାଳୟ ପାଖ ଦେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଂଚିବ। ରୋଡ ଶୋ’ ପରେ ବରମୁଣ୍ଡା ପଡ଼ିଆରେ ନରେନ୍ଦ୍ର ମୋଦୀ ବିଜୟ ସଂକଳ୍ପ ସଭାକୁ ଉଦ୍ବୋଧନ ଦେବେ।
/sambad/media/post_attachments/wp-content/uploads/2019/04/BBSR-5-1024x768.jpg)
ମୋଦୀଙ୍କ ରୋଡ ସୋ’ ଦେଖିବା ପାଇଁ ତାଙ୍କର ହଜାର ହଜାର ସମର୍ଥକ ଓ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖାଯାଇଛି। ସୋ’ ପାଇଁ ଏୟାରପୋର୍ଟ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଗେରୁଆ ରଂଗରେ ପରିଣତ ହୋଇଥିବା ବେଳେ ପ୍ରଶଂସକମାନେ ମୋଦୀ ମୋଦୀ ଶ୍ଲୋଗାନ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/04996cb5-be3e-45f4-957a-468f89498113.jpg)