ମୋଦୀ ସ୍କୁଲ୍‌ ଯାଉଥିବା ପିଲା ପରି ହୋମ୍‌ଓ୍ଵାର୍କ ନ କରି ନେହେରୁ କାଗଜ ନେଇଗଲେ, ଇନ୍ଦିରା ଡଙ୍ଗା କରି ଭସାଇଦେଲେ କହୁଛନ୍ତି: ପ୍ରିୟଙ୍କା

ନୂଆଦିଲ୍ଲୀ: ସବୁବେଳେ ନେହେରୁ-ଗାନ୍ଧୀ ପରିବାରକୁ ସମାଲୋଚନା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଜ ବିଫଳତା ବୋଲି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ ଅତ୍ୟନ୍ତ ମଜାକିଆ ଅନ୍ଦାଜରେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଜଣେ ସ୍କୁଲ୍‌ ଯାଉଥିବା ପିଲା ଭଳି। ଯେତେବେଳେ ଶିକ୍ଷକ ତାଙ୍କୁ ହୋମ୍‌ଓ୍ଵାର୍କ ବିଷୟରେ ପଚାରନ୍ତି ସେ ନେହେରୁ-ଗାନ୍ଧୀ ପରିବାର ଦୋଷ ନେଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି।

ଦିଲ୍ଲୀର ଏକ ରାଲିକୁ ସମ୍ବୋଧନ କଲା ବେଳେ ପ୍ରିୟଙ୍କା ଏପରି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଗାନ୍ଧୀ ହୋମ୍‌ଓ୍ଵାର୍କ ନକରି କୁହନ୍ତି କି ଜବାହାରଲାଲ ନେହେରୁ ତାଙ୍କ ଖାତାରୁ କାଗଜ ନେଇଗଲେ ଓ ଇନ୍ଦିରା ଗାନ୍ଧୀ ସେହି କାଗଜକୁ ଡଙ୍ଗା କରି ବନାଇ ପାଣିରେ ଭସାଇ ଦେଲେ।

ନିର୍ବାଚନର ଆହୁରି ଦୁଇଟି ପର୍ଯ୍ୟାୟ ବାକି ଥିବା ବେଳେ ପ୍ରିୟଙ୍କା ମୋଦୀଙ୍କୁ ବିମୁଦ୍ରାୟନ, ଜିଏସ୍‌ଟି ଏବଂ ନାରୀ ସୁରକ୍ଷା ପ୍ରସଂଗକୁ ନେଇ ଟାର୍ଗେଟ କରିଛନ୍ତି।

ସେହିପରି ଭାବେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମ ନେଇ ଟାର୍ଗେଟ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର