୧୬ରେ ଭୁବନେଶ୍ୱରରେ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖରେ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଭୁବନେଶ୍ୱରରେ ରୋଡଶୋ କରିବା ସହ ବରମୁଣ୍ଡାରେ ଅନୁଷ୍ଠିତ ଏକ ଜନସଭାରେ ଉଦବୋଧନ ଦେବେ । ଏହା ପୂର୍ବରୁ ସେ ଏକ ବିଶାଳ ରୋଡଶୋରେ ଯୋଗ ଦେବେ । ଏହି ରୋଡ ଶୋ ଏୟାରପୋର୍ଟରୁ ବାହାରି ଗଙ୍ଗନଗର ଓ ଓୟୁଏଟି ଛକ ଦେଇ ବରମୁଣ୍ଡାରେ ପହଞ୍ଚିବ ବୋଲି ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ସେହି ଦିନ ମୋଦି ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାରେ ଯୋଗ ଦେବେ । ଉଭୟ ଭୁବନେଶ୍ୱର ଓ ସମ୍ବଲପୁର ଲୋକସଭା ଆସନରେ ଏପ୍ରିଲ ୨୩ରେ ନିର୍ବାଚନ ହେବ ।

ସମ୍ବନ୍ଧିତ ଖବର