ଗାନ୍ଧୀନଗର: ଆଜି ସାରା ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ମଦଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅହମ୍ମଦାବାଦରେ ଭୋଟ ଦେବା ପାଇଁ ଯାଇ ପହଞ୍ଚିଥିଲେ। ସେଠାରେ ସେ ଅହମ୍ମଦାବାଦର ରନିପ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି। ମୋଦୀଙ୍କ ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଭୋଟ୍ ଦେବା ପରେ ତାଙ୍କର ଆଙ୍ଗୁଠିର ଇଣ୍ଡେକ୍ସ କାଳି ଦେଖାଇ ଫଟୋ ପୋଜ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ ତାଙ୍କ ରାଜ୍ୟ ଗୁଜୁରାଟରେ ଭୋଟ ଦେବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।
PM Narendra Modi casts his vote at a polling booth in Ranip,Ahmedabad #Gujarat#LokSabhaElections2019pic.twitter.com/qOfJW7uRZC
— ANI (@ANI) April 23, 2019
PM Narendra Modi after casting his vote at a polling booth in Ranip,Ahmedabad #Gujarat#LokSabhaElections2019pic.twitter.com/B6jDiRf2ka
— ANI (@ANI) April 23, 2019
ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ଭୋଟ୍ ଦେଇ ସାରିବା ପରେ ଗୁଜୂରାଟରୁ ସିଧା ଓଡ଼ିଶାର କେନ୍ଦ୍ରାପଡ଼ା ଆସିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଆଜି ସେ ପ୍ରଥମେ କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବାଲେଶ୍ୱର ଯିବାର ଯୋଜନା ରହିଛି। ବାଲେଶ୍ୱରରେ ପହଞ୍ଚି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନିଜ ଅଭିଭାଷଣ ରଖିବେ। ସେ ବିମାନ ଯୋଗେ ଭୁବନେଶ୍ୱରେ ବିମାନବନ୍ଦରରେ ପହଞ୍ଚି ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ହେଲିକପ୍ଟର ଯୋଗେ ଯିବେ ବୋଲି ସୂଚନା ରହିଛି।