ନୂଆଦିଲ୍ଲୀ: ୭୧% ପ୍ରାପ୍ତ ବୟସ୍କ ଭାରତୀୟଙ୍କ ସମ୍ମତି ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ସବୁଠୁ ଜନପ୍ରିୟ ନେତା ଭାବେ ଖ୍ୟାତି ଅର୍ଜନ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ବୈଶ୍ବିକ ନେତା ଅନୁମୋଦନକାରୀ ‘ଟ୍ରାକର୍’ ‘ମର୍ଣ୍ଣିଙ୍ଗ୍ କନ୍ସଲଟ୍’ କହିଛି।
୧୩ଜଣ ନେତାଙ୍କ ଉପରେ ‘ମର୍ଣ୍ଣିଙ୍ଗ୍ କନ୍ସଲ୍ଟ୍’ କରିଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ ୭୧% ହାସଲ କରି ତାଲିକାର ଶୀର୍ଷରେ ରହିଛନ୍ତି। ୬୬% ପାଇ ତାଙ୍କ ତଳକୁ ଅଛନ୍ତି ମେକ୍ସିକୋର ଆଣ୍ଡ୍ରେଜ୍ ମାନୁଏଲ୍ ଲୋପେଜ୍ ଅବ୍ରାଡର୍। ୬୦% ପାଇ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲିର ମାରିଓ ଦ୍ରାଘି ଏବଂ ୪୮% ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି ଜାପାନର ଫୁମିଓ କିଶିଡ଼ା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସମ୍ମତି ହାର ମଧ୍ୟ ସର୍ବନିମ୍ନ। ତାଙ୍କର ଜନ ଅସମ୍ମତି ହାର ହେଉଛି ୨୧%।
Image Courtesy of NDTVସେହିପରି, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ କାନାଡାର ଜଷ୍ଟିନ୍ ଟ୍ରୁଡ୍ୟୁ ପ୍ରତ୍ୟେକ ୪୩% କରି ଜନସମ୍ମତି ବା ‘ଆପ୍ରୋଭାଲ୍ ରେଟିଙ୍ଗ୍’ ପାଇ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ଅଛନ୍ତି। ‘ପାର୍ଟିଗେଟ୍’ କେଳେଙ୍କାରୀରେ ଛନ୍ଦି ହୋଇପଡ଼ିଥିବା ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏହି ସର୍ଭେରେ ସବୁଠୁ କମ୍ ଜନସମ୍ମତି (୨୬%) ପାଇଛନ୍ତି।
୨୦୨୦ ମେ ୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସମ୍ମତି ୮୪% ହୋଇଯାଇଥିଲା। କିନ୍ତୁ, ୨୦୨୧ ମେ ୭ ବେଳକୁ ଦେଶରେ କରୋନାଭାଇରସ୍ର ଦ୍ବିତୀୟ ଲହର୍ ଶୀର୍ଷ ସ୍ପର୍ଶ କରିଥିବା ବେଳେ ତାଙ୍କର ଜନସମ୍ମତି ହାର ୬୩%କୁ ହ୍ରାସ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/pm-3.jpg)