ବେଙ୍ଗାଲୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ଜାରି ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱମୀ ମଙ୍ଗଳବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କ୍ୟାମେରା ସାମ୍ନାକୁ ଯିବା ପୂର୍ବରୁ ମେକ୍ଅଫ୍ ଆଉ ଓ୍ଵାକ୍ସିଂ କରାଇଥାନ୍ତି। ବିନା ମେକ୍ଅପ୍ରେ ସେ କ୍ୟାମେରା ସାମ୍ନାକୁ ଯାଆନ୍ତି ନାହିଁ। ମେକ୍ଅପ୍ ନେଇ ମୁହଁ ଉଜ୍ୱଳ ଦିଶାନ୍ତି।
ସେ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ ମିଡିଆ ବି ମୋଦୀଙ୍କ ମୁହଁ ଉପରେ ବେଶି ଫୋକସ୍ କରିଥାନ୍ତି। ବିରୋଧୀ ଦଳୀୟ ନେତାଙ୍କ ମୁହଁକୁ ବିଶେଷ ଦେଖାନ୍ତି ନାହିଁ। କାହିଁକି ନା କ୍ୟାମେରାରେ ମୋଦୀଙ୍କ ମୁହଁ ପରି ଆଉ କାହା ମୁହଁ ଏତେ ସୁନ୍ଦର ଦିଶେ ନାହିଁ।
ବେଙ୍ଗାଲୁରରେ ଏକ ପ୍ରଚାର ରାଲିରେ କୁମାରସ୍ୱାମୀ ଏପରି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ବିଜେପି ନେତାମାନଙ୍କୁ ଭୋଟ ପାଇଁ ପ୍ରଚାର କରିବା ଦରକାର ନାହିଁ। ମୋଦୀ ମୁହଁ ଦେଖିଲେ ଭୋଟ୍ ମିଳିଯାଏ। ମୋଦୀଙ୍କ ପରି ଆମେ ସକାଳୁ ଉଠି ଓ୍ଵାକିଂ କିମ୍ବା ମେକ୍ଅପ୍ କରି ବାହାରକୁ ବାହାରୁନା। ସେଥିପାଇଁ ମିଡିଆ ବନ୍ଧୁମାନେ ଆମ ମୁହଁଙ୍କୁ ତାଙ୍କ କ୍ୟାମେରାରେ ନେଉ ନାହାନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି।