ନୂଆଦିଲ୍ଲୀ: ଗୁରୁବାର ସକାଳ ୯: ୧୫ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ବାରାଣସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧, ୦୦୦ ଭୋଟ୍ରେ ଆଗୁଆ ଅଛନ୍ତି।
ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ୭ଟି ଆସନରୁ ବିଜେପି ୩ ଆସନରେ ଆଗୁଆ ରହିଛି।
ଭୋପାଳ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦିଗ୍ବିଜୟ ସିଂହଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥିନୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୩, ୧୦୫ ଭୋଟ୍ରେ ଆଗୁଆ ରହିଛନ୍ତି।
ଗୁନାରେ କଂଗ୍ରେସ ପ୍ରାର୍ଥୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ଠାରୁ ବିଜେପିର କୃଷ୍ଣ ପାଲ୍ ସିଂହ ଯାଦବ ୧୧୬୫ ଭୋଟ୍ରେ ଆଗୁଆ ରହିଛନ୍ତି।
ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପୁତ୍ର ଓ କଂଗ୍ରେସ ପ୍ରାର୍ଥୀ ନକୁଳ ନାଥ ଛିନ୍ଦଓ୍ଵାରା ଆସନରେ ବିଜେପିର ନାଥନ ଶାହା କରେତିଙ୍କ ଠାରୁ ୧, ୫୨୦ ଭୋଟ୍ରେ ଆଗୁଆ ରହିଛନ୍ତି।
ସୁଲ୍ତାନପୁର ଆସନରେ ବିଜେପି ପ୍ରାର୍ଥିନୀ ଓ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପଛେଇ ଥିବା ବେଳେ ପିଲିଭିତ ଆସନରେ ବିଜେପି ପ୍ରାର୍ଥୀ ବରୁଣ ଗାନ୍ଧୀ ଆଗୁଆ ଅଛନ୍ତି।
ପାଟନା ସାହିବ ଆସନରେ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ଠାରୁ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ ଆଗୁଆ ଅଛନ୍ତି।
ନିର୍ବାଚନ କମିସନ୍ଙ୍କ ଟ୍ରେଣ୍ଡ୍ ଅନୁସାରେ, ସକାଳ ୯: ୩୦ ସୁଦ୍ଧା ବିଜେପି ୨୨୯ ଓ କଂଗ୍ରେସ ୫୬ ଆସନରେ ଆଗୁଆ ରହିଛି।
ଗଣନା ପ୍ରାରମ୍ଭରେ ଏନ୍ଡିଏ ଆଗୁଆ ରହିଥିବା କାରଣରୁ ଆଜି ଷ୍ଟକ୍ ମାର୍କେଟ୍ରେ ସେନ୍ସେକ୍ସ୍ ୬୦୦ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/pm_narendra_modi_varanasi.jpeg)