ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ଆମେରିକାକୁ ଭାରତ ଆଣ୍ଟି-ମେଲେରିଆ ଡ୍ରଗ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେଇଥିବା କାରଣରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ବିଟର୍ରେ କରିଥିବା ଧନ୍ୟବାଦ ପୋଷ୍ଟ୍ରେ ନିଜର ପ୍ରତ୍ୟୁତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ଭାଇରସ୍ ସହ ଲଢ଼େଇ କରିବା ପାଇଁ ଆମେରିକାକୁ ଭାରତର ଏହି ସହାୟତା ହେତୁ ଟ୍ରମ୍ପ୍ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।
ଟ୍ରମ୍ପ୍ ଟ୍ବିଟ୍ କରି ଲେଖିଥିଲେ, ‘ ଆମେରିକାକୁ ଏଭଳି ସମୟରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନି କରିଥିବା କାରଣରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଏହା ଭାରତ ଓ ଆମେରିକା ମଧ୍ୟରେ ସଂପର୍କକୁ ଆହୁରି ମଜ୍ବୁତ୍ କରିଛି। ଆମେରିକା ଏହାକୁ ସବୁବେଳେ ମନେରଖିବ।’
ଟ୍ରମ୍ପ୍ଙ୍କ ଏହି ଟ୍ବିଟ୍ର ଉତ୍ତର ଦେଇ ମୋଦୀ ଲେଖିଛନ୍ତି, ‘ଏ କଥାରେ ସଂପୂର୍ଣ୍ଣ ଏକମତ ରାଷ୍ଟ୍ରପତି ଟ୍ରମ୍ପ୍। ସମୟ ବନ୍ଧୁତ୍ବକୁ ମଜ୍ବୁତ କରିଥାଏ। ଭାରତ- ଆମେରିକା ବନ୍ଧୁତ୍ବ ପୂର୍ବଠାରୁ ଆହୁରି ମଜ୍ବୁତ୍ ହୋଇଛି। କରୋନା ବିରୋଧରେ ଲଢ଼ିବା ପାଇଁ ମାନବିକତା ଦୃଷ୍ଟିରୁ ଭାରତ ସବୁ ପ୍ରକାରର ସାହାଯ୍ୟ କରିବ। ଆମେ ଏହାକୁ ଏକତାର ସହ ଜିଣିପାରିବା।’