ରାଉରକେଲା: ରାଉରକେଲାରୁ ନିୟମିତ ବିମାନସେବା, ରନୱେ ବିସ୍ତାର, ୪ସି ଲାଇସେନ୍ସ ପ୍ରଦାନ, ରାତ୍ରୀକାଳୀନ ଉଡାଣ ଆଦି ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଆଜି ୩୨ ଦିନରେ ପହଂଚିଛି l ଗତ ୬ ଦିନ ଧରି ଆମରଣରେ ବସିଥିବା ସାମାଜିକକର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ଓ ତାଙ୍କର ସମର୍ଥକମାନଙ୍କୁ ଆଜି ପୁଲିସ ଧାରଣାସ୍ଥଳରୁ ଉଠାଇ ନେଇଛିl ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି l ମୁକ୍ତିକାନ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତଖାନାରେ ଭର୍ତି କରାଯାଇଛି l ଅନ୍ୟମାନଙ୍କୁ ଥାନାରେ ଅଟକ ରଖାଯାଇଛି l
ରାଉରକେଲାରୁ ଭୁବନେଶ୍ବର ଓ ରାଉରକେଲାରୁ କୋଲାକାତା ବିମାନ ଯେତିକି ଦିନ ଉଡୁଛି, ତା’ଠୁ ଅଧିକ ଦିନ ବନ୍ଦ ରହୁଛି। ରାଉରକେଲାରୁ ଭୁବନେଶ୍ବର ସପ୍ତାହର ୬ ଦିନ ଉଡୁଥିଲା। ଏବେ ସପ୍ତାହକୁ ୩/୪ ଦିନ ଉଡୁଛି। କୋଲକାତାକୁ ବି ସମାନ ସମସ୍ୟା ଉପୁଜିଛି। ଦାବି ହାସଲ ପାଇଁ ଏବେ ଆନ୍ଦୋଳନକୁ ଜୋରଦାର କରିଛି ରାଉରକେଲା ଏୟାରପୋର୍ଟ ଡେଭଲପ୍ମେଣ୍ଟ ଆକ୍ସନ କମିଟି।
ଦାବି ନ ଶୁଣି ପୁଲିସର ଏପରି ପଦକ୍ଷେପ ସହରର ବିଭିନ୍ନ ରାଜନୈତିକ ଦଳର ନେତା ଓ ସଂଗଠନର ପ୍ରତିନିଧି ନିନ୍ଦା କରିଛନ୍ତି l ଧାରଣା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ରାଉରକେଲାରୁ ଭୁବନେଶ୍ବର ଓ ରାଉରକେଲାରୁ କୋଲାକାତା ବିମାନ ଯେତିକି ଦିନ ଉଡୁଛି, ତା’ଠୁ ଅଧିକ ଦିନ ବନ୍ଦ ରହୁଛି। ରାଉରକେଲାରୁ ଭୁବନେଶ୍ବର ସପ୍ତାହର ୬ ଦିନ ଉଡୁଥିଲା। ଏବେ ସପ୍ତାହକୁ ୩/୪ ଦିନ ଉଡୁଛି। କୋଲକାତାକୁ ବି ସମାନ ସମସ୍ୟା ଉପୁଜିଛି। ଦାବି ହାସଲ ପାଇଁ ଏବେ ଆନ୍ଦୋଳନକୁ ଜୋରଦାର କରିଛି ରାଉରକେଲା ଏୟାରପୋର୍ଟ ଡେଭଲପ୍ମେଣ୍ଟ ଆକ୍ସନ କମିଟି।