ସଙ୍ଗରୋଧରେ ଥାଇ ବି ଜନ୍ମଦିନ ପାର୍ଟି ଦେଉଥିବାରୁ ଯୁବକଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

ଅହମ୍ମଦାବାଦ: କରୋନା ପାଇଁ ଜାରି ହୋଇଥିବା କଟକଣା ଓ ସତର୍କତାକୁ ଜଣେ ଯୁବକ ନ ମାନିବା ଏବେ ମହଙ୍ଗା ପଡିଛି | ଯୁବକଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିବାବେଳେ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି | ମିଳିଥିବା ସୂଚନା ମୁତାବକ ସାଉଦି ଆରବର ଓମାନରୁ ଗୁଜୁରାଟର ଅହମ୍ମଦାବାଦ ଫେରି ଆସିଥିବା ଜଣେ ବ୍ୟକ୍ତିଙ୍କୁ ସଙ୍ଗରୋଧ କରି ରଖାଯାଇଥିଲା | କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ତାଙ୍କୁ ସାଧାରଣ ଲୋକଙ୍କଠାରୁ ଅଲଗା ଏବଂ ଏକାକୀ ରହିବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ସେହି ବ୍ୟକ୍ତି ପ୍ରାୟ ୧୦ ଜଣଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଥିଲେ |

www.thenewsminute.com

ଯେତେବେଳେ ପୁଲିସ ଏ ବିଷୟରେ ସୂଚନା ପାଇଥିଲା, ତାଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛି । ପୁଲିସର କହିବା ମୁତାବକ ସନ୍ଦିଗ୍ଧ ଯୁବକ ଏବଂ ତାଙ୍କ ପରିବାର ଏ ବିଷୟରେ ଚିନ୍ତିତ ନଥିଲେ।

ସେ ୧୦ ରୁ ଅଧିକ ଲୋକଙ୍କ ସହିତ ଜନ୍ମଦିନ ଭୋଜି ଉପଭୋଗ କରିଥିଲେ | ପୁଲିସ ଏହି ଖବର ପାଇବା ପରେ ଏହା ପରେ ଆଇପିସି ୧୮୮ ସମେତ ମହାମାରୀ ଅଧିନିୟମ -୩ ଏବଂ ୨୭୦ ଅଧୀନରେ ପୁଲିସ ସେହି ଯୁବକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛି |

ସମ୍ବନ୍ଧିତ ଖବର