ଭୁବନେଶ୍ୱର: ରାସ୍ତା ଉପରେ ହୋଲି ଖେଳି ଉତ୍ପାତ ହେଲେ ବନ୍ଧା ହେବେ । ମଦ ପିଇ ହୋଲି ଖେଳିଲେ ଜେଲରେ ପଶିବେ । ଆଜି କିଛି ଏଭଳି ଢଙ୍ଗରେ ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ତାଙ୍କ କହିବା ମୁତାବକ, ହୋଲି ସମୟରେ ଅତୀତରେ ଘଟିଥିବା ଅଘଟଣକୁ ନଜରରେ ରଖି ପୁଲିସ ସଜାଗ ରହିଛି I

Advertisment

 ତେବେ ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କ ଉପରେ ନଜର ରଖିବା ସହ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ହୋଲି ବାବଦରେ ବୁଝାଇବେ I ଆଗରୁ ଯେଉଁ ଯେଉଁ ସ୍ଥାନରେ ପୂର୍ବରୁ ଦୁର୍ଘଟଣା ଘଟିଛି, ସେହି ସ୍ଥାନରେ ପୁଲିସ ଏବଂ ଦମକଳ ବାହିନୀ ମୃତୟନ କରାଯିବ ବୋଲି କହିଛନ୍ତି ଭୁବେନଶ୍ୱର ଡିସିପି I

 ଅନ୍ୟପଟେ ନଦୀ ପଠା ଏବଂ କେନାଲ ଉପରେ ନଜର ରଖିଛି ପୁଲିସ ବିଭାଗ I ମଦ ପିଇ ଗାଡି ଚଲାଉଥିଲେ କିମ୍ବା ରୋଡ ଉପରେ ଅସଦାଚରଣ କରୁଥିବା ଲୋକଙ୍କ ଉପରେ ପୋଲିସ୍ କଡା ନଜର ରଖିଛି । ରାସ୍ତା ଉପରେ ଝଗଡ଼ା, ଗଣ୍ଡଗୋଳ ପାଇଁ ପୁଲିସ ପେଟ୍ରୋଲିଂ ଟିମ ଜଗିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି I