ବୁର୍ଲା: ସମ୍ବଲପୁରଜିଲ୍ଲା ଧନକଉଡ଼ା ବ୍ଲକ୍ ଅଞ୍ଚଳର ୨ ଜଣ ବରିଷ୍ଠ ବିଜେପି ନେତାଙ୍କୁ ହାଇୱା ଚଢ଼ାଇ ହତ୍ୟା କରାଯିବା ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣ ହରାଇଥିବା ଦୁଇ ନେତା ହେଲେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ କର୍ଡୋଲାର ପୂର୍ବତନ ସରପଞ୍ଚ ତଥା ଧନକଉଡ଼ା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୀତା ଛୁରିଆଙ୍କ ସ୍ବାମୀ ମୁରଲୀଧର ଛୁରିଆ। ଏହି ଘଟଣାର ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ବୁର୍ଲା ପୁଲିସ I
ଅଭିଯୁକ୍ତର ବୟାନରେ ତାଲମେଳ ରହୁ ନଥିବାରୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା I ହତ୍ୟା ଷଡ଼ଯନ୍ତ୍ରର ଏକ ବଡ଼ ସୁରାକ ପାଇଛି ପୁଲିସ I ଅଭିଯୁକ୍ତ ଫୋନ ବ୍ୟବହାର କରୁ ନଥିବାକୁ ନେଇ ବଢିଲା ସନ୍ଦେହ I ତେବେ ସେ ଫୋନ ବ୍ୟବହାର କରୁଥିଲା ନା ହତ୍ୟାକାଣ୍ଡ ପରେ, ତାହାକୁ ଫୋପାଡ଼ି ଦେଇଛି ବା କେଉଁ ସତ ଚାପିବାକୁ ଉଦ୍ୟମ ଚାଲିଛି ସେନେଇ ଆରମ୍ଭ ହୋଇଛି ଖୋଳତାଡ଼ I
ସନ୍ଦେହ ଘେରରେ ଥିବା ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପରେ ହତ୍ୟାକାଣ୍ଡର ଗୁମର ଖୋଲିବ ସମ୍ବଲପୁର ପୁଲିସ | ଉଲ୍ଲେଖ ଥାଉ କି ହାଇୱା ଚାଳକ ଅନୁଗୁଳ ଆଠମଲ୍ଲିକ ଅଞ୍ଚଳର ପ୍ରସନ୍ନ ଜେନାମଣି (୩୦)ର ବୟାନକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା । ‘ମାରିବା ପାଇଁ ମୋର ଇଚ୍ଛା ହେଲା, ତେଣୁ ମାରିଦେଲି’ ବୋଲି ଗତକାଲି ପ୍ରସନ୍ନ କହିଥିବାବେଳେ ଆଜି କହିଛି ଯେ ଗାଡ଼ିରୁ ନିୟନ୍ତ୍ରଣ ହରାଇଥିଲା | ତେଣୁ ବୟାନ ବଦଳାଇବା ପଛରେ କି ରହସ୍ୟ ରହିଛି, ସେ ସଂକ୍ରାନ୍ତରେ ତନାଘନା ଚଳାଇଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/01/06/Wz4Dte80kUdpE87HFVni.jpg)