ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ସହିତ ଅନେକ ହୃଦୟସ୍ପର୍ଶୀ ଭିଡିଓ ବି ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ସେଥିରୁ କିଛି ଶିକ୍ଷା ବି ମିଳିଥାଏ। ଏମିତି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବୁଝି ଯିବେ ଯେ କର୍ତ୍ତବ୍ୟ ଠାରୁ ବଡ଼ ଆଉ କିଛି ହୋଇ ନଥାଏ।
ଏହି ଭିଡିଓରେ ପୁଲିସ କର୍ମଚାରୀ ଜଣକ ବର୍ଷାରେ ଭିଜିଭିଜି ଡିୟୁଟି କରୁଥିବା ଦେଖିବାକୁ ମିଳୁଛି। ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟକୁ ଯିଏ ଦେଖୁଛନ୍ତି ସେ ପ୍ରଶଂସା କରୁଛନ୍ତି।
आयें कितने प्रलय, तूफ़ान और आंधी,
कर्तव्य पर सर्वदा अडिग है #Khaakhi. pic.twitter.com/xBUl6t8pt8— Dipanshu Kabra (@ipskabra) May 18, 2021
ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ଟୁଇଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଆସୁ କେତେ ପ୍ରଳୟ, ସେ କାଳବୈଶାଖୀ ବି ହେଉ, କର୍ତ୍ତବ୍ୟରେ ସବୁଠାରୁ ଆଗରେ ଖାକି। କହିବାର ଅର୍ଥ ଯେତେ ବି ଅସୁବିଧା ଆସୁ ଖାକି ସବୁବେଳେ ନିଜ କର୍ତ୍ତବ୍ୟ ଆଗରେ ଅଟଳ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-1-copy-37.jpg)
