ମୁମ୍ବାଇ : ଆଜି ୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିବା ବେଳେ ମତଦାନ କେନ୍ଦ୍ରକୁ ଯାଇ ଲୋକମାନେ ମତଦାନ କରିବା ଆରମ୍ଭ କରିଛନ୍ତି । ପ୍ରତି ପର୍ଯ୍ୟାୟ ଭଳି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଅନେକ ବଡ଼ ବଡ଼ ରାଜନେତାମାନେ ଧାଡ଼ିରେ ଠିଆ ହୋଇ ମତଦାନ କରିଥିବା ଦେଖା ଯାଇଛି ।
#Mumbai: NCP Chief Sharad Pawar after casting his vote at polling booth 31 in Tardeo. #LokSabhaElections2019pic.twitter.com/G8VNrNwESd
— ANI (@ANI) April 29, 2019
ସେ ମଧ୍ୟରେ ରହିଛନ୍ତି, ଏନ୍ସିପି ମୁଖ୍ୟମନ୍ତ୍ରୀ ଶରଦ ପାଓ୍ଵାର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ବେଗୁସରାଇରୁ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାର, ଝାନ୍ସିରୁ ବିଜେପି ସାଂସଦ ପ୍ରାର୍ଥୀ ଅନୁରାଗ ଶର୍ମା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ମୁଖ୍ୟ ବସୁନ୍ଧରା ରାଜେ ସିନ୍ଧିଆ ପ୍ରମୁଖ ମତଦାନ କରିଛନ୍ତି । ମତଦାନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଥିବା ବେଳେ ଧୀରେ ଧୀରେ ମତଦାନ କେନ୍ଦ୍ରରେ ଭିଡ଼ ବଢ଼ୁଥିବା ଦେଖା ଯାଇଛି ।
#Bihar: CPI candidate from Begusarai, Kanhaiya Kumar after casting his vote at a polling centre in Begusarai. #LokSabhaElections2019pic.twitter.com/zL57N8dUDB
— ANI (@ANI) April 29, 2019
ସୂଚନା ମୁତାବକ, ୯ଟି ରାଜ୍ୟରେ ୭୧ଟି ଲୋକସଭା ଆସନ ପାଇଁ ମତଦାନ କରାଯାଉଥିବା ବେଳେ ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସେଭଳି ଭାବରେ ମହାରାଷ୍ଟ୍ରରେ ୬.୮୨%, ମଧ୍ୟପ୍ରଦେଶରେ ୧୧.୧୧%, ପଶ୍ଚିମବଙ୍ଗରେ ୧୬.୯୦% ପ୍ରତିଶତ ମତଦାନ ସକାଳ ୯ଟା ସୁଧା କରାଯାଇଥିବା ନେଇ ସୂଚନା ମିଳିଛି ।
#LokSabhaElections2019 :Madhya Pradesh Chief Minister Kamal Nath casts his vote at polling booth number 17 in Shikarpur, Chhindwara. pic.twitter.com/4liBH70BYb
— ANI (@ANI) April 29, 2019