ପୁରୀ: ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ପୋଲିଂ ଅଫିସରକୁ ପୁଲିସ ସୋମବାର ଅପରାହ୍ଣରେ ଗିରଫ କରିଛି। ସୂଚନା ଅନୁସାରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନର ଗୋପ ବ୍ଲକର ବନ୍ତାଳି ଗାଁର ଅଳସି ୟୁପି ସ୍କୁଲରେ ସ୍ଥାପିତ ୧୨୭ ନମ୍ବର ବୁଥର ଦ୍ୱିତୀୟ ପୋଲିଂ ଅଫିସର ବିକେ ଦେଓ ଗିରଫ ହୋଇଛନ୍ତି
ରିପୋର୍ଟ ଅନୁସାରେ ପୋଲିଂ ଅଧିକାରୀ ଶ୍ରୀ ଦେଓ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ ପ୍ରବର୍ତ୍ତାଉଥିଲେ। ଏବାବଦରେ ପ୍ରଥମେ ଗାଁ ଲୋକେ ଜାଣିବାରୁ ସେମାନେ ପୋଲିଂ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ସନ୍ଧ୍ୟା ୬ଟାରେ ଅଧିକାଂଶ ସ୍ଥାନରେ ଶେଷ ହୋଇଛି। ମାତ୍ର କିଛି ସ୍ଥାନରେ ଭିଭିପ୍ୟାଟ-ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରରେ ମତଦାନ ଆରମ୍ଭ ହୋଇଥିବାରୁ ରିପୋର୍ଟ ଲେଖାଯିବା ବେଳକୁ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଜାରି ରହିଛି। ଆଶା କରାଯାଉଛି ଯେ, ଯେଉଁ ମତଦାନ କେନ୍ଦ୍ରଗୁଡ଼ିକରେ ମତଦାନ ଜାରି ରହିଛି, ସେସବୁ ସ୍ଥାନଗୁଡ଼ିକରେ ରାତି ୮ରୁ ୯ଟା ସୁଦ୍ଧା ଶେଷ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/puri2.jpg)