ମୁମ୍ବାଇ: ପୁନମ ପାଣ୍ଡେ ୩୨ବର୍ଷ ବୟସରେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ମଡେଲ ଓ ଅଭିନେତ୍ରୀ ରହିଛନ୍ତି। ପ୍ରାୟତଃ ସେ କୌଣସି ନା କୌଣସି କାରଣକୁ ବିବାଦରେ ରହିଥାଆନ୍ତି। ଚଳିତ ଥର ସେ ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରି ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି।
ଏଭଳି ଗୁଜବ ପ୍ରଚାରକୁ ନେଇ ପୁନମ କହିଛନ୍ତି, ସେ ଏସବୁ ଗର୍ଭାଶୟ କର୍କଟର ସଚେତନ ପାଇଁ କରିଛନ୍ତି। ସେଥିପାଇଁ ସେ ନିଜର ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରିଥିଲେ।
ତେବେ ପୁନମଙ୍କ ଏଭଳି ଖବର ପ୍ରଚାର ପରେ ଲୋକେ କ୍ଷୁବ୍ଧ ହୋଇଯାଇଛନ୍ତି। ଏ କ୍ରମରେ ଅଭିନେତ୍ରୀଙ୍କ ପୂର୍ବତନ ସ୍ବାମୀ ସାମ ବମ୍ବେ ବି ପ୍ରତିକ୍ରିୟା ଦେଇଛନ୍ତି।
ସାମ କହିଛନ୍ତି, ‘ସେ ଏପରି କରିଥିବାରୁ ମୁଁ ଖୁସି ଅଛି। ସେ ବଞ୍ଚିଛନ୍ତି ଏହା ମୋ ପାଇଁ ବହୁତ ବଡ଼ କଥା। ମୁଁ ଯେତେବେଳେ ପୁନମଙ୍କ ମୃତ୍ୟୁ ଖବର ଶୁଣିଥିଲି କିଛି ବି ଫରକ ପଡ଼ି ନଥିଲା। କାରଣ ଆପଣ ଯେତେବେଳେ କାହାରି ସହିତ ଯୋଡ଼ି ହୋଇଥାଆନ୍ତି , ସେତେବେଳେ ତାଙ୍କ ସହିତ କ’ଣ ଘଟୁଛି ଅନୁଭବ ହୋଇଥାଏ ତେଣୁ ପୁନମଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଜୀବିତ ଥିବା ଭଳି ମୋର ଅନୁଭବ ହୋଇଥିଲା।
ଆମ ଭିତରେ ଏବେ ଛାଡ଼ପତ୍ର ହୋଇନାହିଁ। ତେଣୁ ଆଇନ ଅନୁଯାୟୀ ଆମେ ଦୁହେଁ ସ୍ବାମୀ ଓ ସ୍ତ୍ରୀ। କେହି ଜଣେ ନିଜର ଛବି ଖରାପ କରି ଯଦି ସଚେତନତା ବାର୍ତ୍ତା ଦେଉଛି ତେବେ ଉକ୍ତ ବ୍ୟକ୍ତିଙ୍କ ସମ୍ମାନ କରନ୍ତୁ। ପୁନମ ଜଣେ ସାହାସୀ ଭାରତୀୟ ମହିଳା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/59abdc6c-37dd-49cc-b568-5a4619a4d864.jpg)