ମୋଦିଙ୍କୁ ଶରଦ ପାଓ୍ଵାରଙ୍କ ଟାର୍ଗେଟ – ମୋର ପରିବାର ଅଛି, ମୋଦିଙ୍କର ନାହିଁ, ପରିବାର କିପରି ଚଳାଯାଏ ସେ କିପରି ଜାଣିବେ ?

ପୁଣେ: ମୋର ଜଣେ ପତ୍ନୀ ଅଛନ୍ତି, ଝିଅ-ଜ୍ୱାଇଁ ଅଛନ୍ତି, ପୁତୁରା-ଝିଆରୀ ଅଛନ୍ତି, କିନ୍ତୁ ନରେନ୍ଦ୍ର ମୋଦିଙ୍କର କେହି ନାହିଁ । କିପରି ସେ ଜାଣିବେ ପରିବାର କିପରି ଚଳାଯାଏ? ଏଣୁ ସେ ୟା ତା ପରିବାର ମାମଲାରେ ମୁଣ୍ଡ ପୁରାଉଛନ୍ତି, ବୋଲି କହିଛନ୍ତି ଏନସିପି ନେତା ଶରଦ ପାଓ୍ଵାର ।
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଶରଦ ପାଓ୍ଵାର ତାଙ୍କ ପୁତୁରାକୁ (ଦୁର୍ନୀତି କରିବା ପାଇଁ ) ଖୋଲା ଛାଡି ଦେଇଛନ୍ତି । ଏହାର ଜବାବରେ ପାଓ୍ଵାର ଏକଥା କହିଛନ୍ତି ।

ମହାରାଷ୍ଟ୍ରରେ ଏକ ର‍୍ୟାଲିରେ ମୋଦି କହିଥିଲେ ଯେ ପରାଜୟ ଭୟରେ ପାଓ୍ଵାର ମାଧା ଲୋକସଭା ଆସନରୁ ଲଢୁନାହାନ୍ତି । ସେ ମୋଠାରୁ ବୟସରେ ବଡ଼ ହୋଇଥିବାରୁ ମୋ ବିରୋଧରେ କହିପାରିବେ । କିନ୍ତୁ ଦିଲ୍ଲୀର ଏକ ବଂଶବାଦୀ ପରିବାର ତାଙ୍କ ପାଇଁ ଏବେ ଆଦର୍ଶ ପାଲଟିଛି ବୋଲି ମୋଦି କହିଥିଲେ । ମୋଦି ଏହା କହୁଥିବାବେଳେ ଏନସିପିର ଜଣେ ଏମପି ଓ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜୟ ସିଂ ମୋହିତେ ତାଙ୍କ ସହିତ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର