ଭୁବନେଶ୍ୱର: ଏକ ଟଙ୍କା ଆକାଉଣ୍ଟ ଚେକ୍ ପାଇଁ ଯାଇଛି ତେଣୁ ଯେଉଁମାନେ ୧ ଟଙ୍କା ପାଇ ନାହାନ୍ତି, ସେମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ସେ କହିଛନ୍ତି ଯେ ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ନହେବା ଯାଏଁ ଚାଲିବ ପଞ୍ଜୀକରଣ |

Advertisment

ଗତକାଲି ସୁଦ୍ଧା ୬୫ ଲକ୍ଷରେ ପହଞ୍ଚି ସାରିଲାଣି ସୁଭଦ୍ରା ପଞ୍ଜୀକରଣ | ୧୭ ତାରିଖରେ ପ୍ରଥମ କିସ୍ତି ପାଇବେ ହିତାଧିକାରୀ ମହିଳା | ୧୭ ପରେ ଯେଉଁମାନେ ପଞ୍ଜୀକରଣ କରିବେ ସେମାନେ ତା ପରବର୍ତ୍ତୀ ସମୟରେ ୧୭ର ପ୍ରଥମ କିସ୍ତିର ପଇସା ହିଁ ପାଇବେ | ୧ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ପ୍ରଥମ କିସ୍ତି ପାଇବେ | 

କେହି ବଞ୍ଚିତ ହେବେ ନାହିଁ | ନଭେମ୍ବର ମାସରେ ବି ପଞ୍ଜୀକରଣ କଲେ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ | ସୁଭଦ୍ରା ଯୋଜନାର ସହାୟତା ରାଶି ସମସ୍ତଙ୍କୁ ସହଜ ଓ ସରଳ ଭାବେ ପହଞ୍ଚିବ | କେହି ବ୍ୟସ୍ତ, ବିବ୍ରତ, ଭ୍ରାମିତ ହୁଅନ୍ତୁ ନାହିଁ କି ଠକେଇର ଶିକାର ହୁଅନ୍ତୁ ନାହିଁ |