ଭୋପାଳ: ୨୦୦୮ ମସିହା ମେଲଗାଓଁ ବିସ୍ଫୋଣର ଅଭିଯୁକ୍ତ ତଥା ଏଥର ବିଜେପି ପକ୍ଷରୁ ଲୋକସଭା ଆସନ ପ୍ରାର୍ଥୀ ସାଜିଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ଭୋପାଳରୁ ନିର୍ବାଚନ ଲଢ଼ିବେ କଂଗ୍ରେସର ଟାଣୁଆ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ। ଗତ ୧୭ ତାରିଖରେ ସାଧ୍ୱୀ ପ୍ରଜ୍ଞା ବିଜେପରେ ମିଶିବାର ମାତ୍ର କେତେ ଘଣ୍ଟା ମଧ୍ୟରେ ଲୋକସଭା ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଟିକେଟ୍ ପାଇଥିଲେ।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ୨୦୦୮ ମସିହାରେ ହୋଇଥିବା ମେଲଗାଓଁ ବିସ୍ଫୋରଣରେ ସାଧ୍ୱୀଙ୍କ ସଂପୃକ୍ତି ଥିବା ନେଇ ତାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା। ଏହି ବିସ୍ଫୋରଣ ହେତୁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଊର୍ଧ୍ୱ ଆହତ ହୋଇଥିଲେ। ସାଧ୍ୱୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ୍ ଯୋଗେ ବାହରକୁ ଆସିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ୍ ସାଧ୍ୱୀଙ୍କ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସାର୍ଫନ ପାର୍ଟି ପାଇଁ ସମ୍ମାନ ଆଣି ଦେବେ ବୋଲି ସାଧ୍ୱୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Who-will-be-from-BJP-fight-against-Digvijay-singh-in-Bhopal-seat_710x400xt.jpg)