ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ଲୋକଙ୍କୁ ଭୟଭୀତ କରିବା ସହ ପୁଲିସ୍ ଇନଫର୍ମର୍ ସନ୍ଦେହରେ ହତ୍ୟା କରୁଛନ୍ତି । ରବିବାର ଜଣେ ଯୁବକକୁ ପ୍ରଜାକୋର୍ଟରେ ପୁଲିସ ଇନଫର୍ମର୍ ଦର୍ଶାଇ ହତ୍ୟା କରିଛନ୍ତି ନକ୍ସଲ। ମୃତକ ହେଲେ ଜୈଗୁର ଗ୍ରାମର ସିତୁ ମାଣ୍ଡବୀ। ବିଜାପୁର ଜିଲ୍ଲାର ଭେରମଗଡ଼ ଏରିଆ କମିଟି ସିତୁକୁ ଅପହରଣ କରିଥିଲେ। ସିତୁ ୪ ବର୍ଷ ହେଲା ପୁଲିସ୍କୁ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଇ ଆସୁଥିଲା। ଏପରି କାମରୁ ନିବୃତ୍ତ ରହିବା ପାଇଁ ନକ୍ସଲ ସଂଗଠନ ପୂର୍ବରୁ ସିତୁକୁ ଚେତାବନୀ ଦେଇଥିଲେ। କିନ୍ତୁ ନକ୍ସଲଙ୍କ ଚେତାବନୀକୁ ନ ଡରି ସିତୁ ପୁଲିସ୍କୁ ସହଯୋଗ କରିଆସୁଥିଲା। ରବିବାର ଆବୁଝମାଡ଼ ଜଂଗଲରେ ନକ୍ସଲଙ୍କ ଜନ ଅଦାଲତ ବସିଥିଲା। ସିତୁ ପୁଲିସ୍ ଇନଫର୍ମର୍ ଭାବେ କାମ କରୁଥିବା ପ୍ରମାଣିତ ହେବା ପରେ ସମସ୍ତଙ୍କ ଉପସ୍ଥିତିରେ ହତ୍ୟା କରିଥିଲେ ନକ୍ସଲ।
ହତ୍ୟା ପରେ ସିତୁଙ୍କ ମରଶରୀର ନିକଟରେ ପୋଷ୍ଟର୍ ଛାଡ଼ିଯାଇଥିଲେ। ସିତୁ ମୃତ୍ୟୁ ପାଇଁ ଭେରମଗଡ଼ ଏରିଆ କମିଟି ଦାୟୀ ବୋଲି ଉଲ୍ଲେଖ ରହିଛି। ପୁଲିସ୍ ଅପରେସନ ‘କଗାର’କୁ ତୁରନ୍ତ ବନ୍ଦ କରୁ ବୋଲି ନକ୍ସଲ ଧମକ ଦେଇଛନ୍ତି। ଆଗକୁ ସମସ୍ତ ସୂଚନାଦାତାଙ୍କୁ ଏଭଳି ଦଣ୍ଡ ଦିଆଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ନକ୍ସଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/N7UzESYqRYScUMKksFQD.jpg)