ଭୁବନେଶ୍ୱର: ଜୁଲାଇ ୧ରେ ରାଜ୍ୟ ବିଜେପି ପାଇବ ନୂଆ ସଭାପତି। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ବିଜେପି ସଂଗଠନ ନିର୍ବାଚନରେ ବୁଥ, ମଣ୍ଡଳ, ଜିଲ୍ଲା ନିର୍ବାଚନ ସରିଛି। ବିଭିନ୍ନ ସଭାପତି କାରଣରୁ ନିର୍ବାଚନ ବନ୍ଦ ଥିଲା। ତେବେ ଆସନ୍ତାକାଲି ମତଦାନ ସୂଚୀ ପ୍ରକାଶ ପାଇବ, ୩୦ରେ ନାମାଙ୍କନ ପତ୍ର ଦାଖଲ ହେବ। ଜୁଲାଇ ୧ରେ ମତଦାନ ହେବ ଅପରାହ୍ନରେ ଫଳ ପ୍ରକାଶ ପାଇବ।

Advertisment

 ଓଡ଼ିଶା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ସଞ୍ଜୟ ଜୟଶ୍ବାଲଙ୍କ ଉପସ୍ଥିତିରେ ନାଁ ଘୋଷଣା ହେବ। ଉଲ୍ଲେଖ ଥାଉ କି ବିହାର ସାଂସଦ ସଂଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବାସ୍ତବରେ ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଗତ ଫେବ୍ରୁଆରି ୨୫ ତାରିଖରେ କହିଥିଲେ, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ସେହି ସମୟରେ ସେ କହିଥିଲେ, ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏନେଇ ବିଜେପି ଜାତୀୟ ନେତୃତ୍ବ ଶୀଘ୍ର ନିଷ୍ପତ୍ତି ନେବେ। ଏହା ସତ୍ତ୍ୱେ ବି ଘୋଷଣା ହୋଇପାରିନଥିଲା |