ଗାନ୍ଧିନଗର: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ପୂର୍ବତନ ଅନ୍ତର୍ଜାତୀୟ ଅଧ୍ୟକ୍ଷ ପ୍ରବୀଣ ତୋଗଡିଆ ଲୋକସଭା ନିର୍ବାଚନ-୨୦୧୯ରେ ଭାରତୀୟ ଜନତା ପାର୍ଟିକୁ ଅସୁବିଧାରେ ପକାଇବାକୁ ପୂରା ପ୍ରସ୍ତୁତି କରି ସାରିଛନ୍ତି। ବିଏଚପିରୁ ଅଲଗା ହୋଇ ଦିଲ୍ଲୀରେ ପ୍ରବୀଣ ତୋଗଡିଆ ପ୍ରଥମେ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ସଂସ୍ଥା ସ୍ଥାପନ କରିଥିଲେ ଓ କିଛିଦିନ ପୂର୍ବେ ହିନ୍ଦୁସ୍ଥାନ ନିର୍ମାଣ ଦଳ ବି ସ୍ଥାପନା କରି ବିଜେପି ଓ ମୋଦି ସରକାରଙ୍କୁ ହିନ୍ଦୁ ବିରୋଧୀ ସରକାର କହି  ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଘୋଷଣା କରିଛନ୍ତି।

Advertisment

publive-image Maalaimalar

ପ୍ରବୀଣ ତୋଗଡିଆ ଅନେକଥର ଜନସଭାରେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ଭଲ ସାଙ୍ଗ। ପ୍ରାରମ୍ଭିକ ସମୟରେ ସେ ଓ ମୋଦି ସ୍କୁଟରରେ ଗୁଜୁରାଟର ବିଭିନ୍ନ ସ୍ଥାନକୁ ଯାଇ ଦଳ ପାଇଁ କାମ କରୁଥିଲେ। ତେବେ ମୋଦି ପ୍ରଧାନମନ୍ତ୍ରୀ ବନିବା ପରେ ତାଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା।

ଭିଏଚପି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ପ୍ରବୀଣ ତୋଗଡିଆ ମୋଦିଙ୍କ ଉପରେ କ୍ଷୁବ୍ଧ ହୋଇ ଯାଇଥିଲେ। ସେ ବିଜେପିକୁ ଅସୁବିଧାରେ ପକାଇବାକୁ ନିଜର ଏକ ଦଳ ଗଢ଼ିଥିଲେ। ମଙ୍ଗଳବାର ତୋଗଡିଆ ନିଜ ଦଳ ପାଇଁ ପ୍ରାର୍ଥୀଙ୍କ ଘୋଷଣା ବି କରିଛନ୍ତି।