ଓଡ଼ିଶାରେ କିଏ କେତୋଟି ଲୋକସଭା ଆସନ ଜିତିବ ? କଣ କହୁଛନ୍ତି ବିଭିନ୍ନ ସର୍ଭେ ?

ନୂଆଦିଲ୍ଲୀ : ନିର୍ବାଚନ ଆଉ ଅଳ୍ପ କିଛି ଦିନ ବାକି ଅଛି । ସାରା ଦେଶରେ ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି । ସମସ୍ତଙ୍କ ମନରେ ଗୋଟିଏ ପଶ୍ନ କଏ ଜିତିବ ? ଏହାର ଉତ୍ତର ଖୋଜିବାକୁ ଯାଇ ବିଭିନ୍ନ ସଂସ୍ଥା ପ୍ରାକ-ନିର୍ବାଚନୀ ସର୍ଭେ କରିଛନ୍ତି । ପ୍ରାୟ ସବୁ ସର୍ଭେରେ ଏନଡିଏ ଜିତିବ କିମ୍ବା ଏକକ ସଂଖା ଗରିଷ୍ଠତା ପାଇବ ବୋଲି ଅଟକଳ କରାଯାଇଛି । କିନ୍ତୁ ଓଡ଼ିଶାକୁ ନେଇ ସମସ୍ତଙ୍କ ପୂର୍ବାନୁମାନ ଭିନ୍ନ ଭିନ୍ନ ରହିଛି । ଏଣୁ ରାଜ୍ୟରେ ଫଳାଫଳ କଣ ହେବ ତାହା ଏବେଠୁ ଅନୁମାନ ଲଗାଇବା କଷ୍ଟକର ହୋଇପଡିଛି ।

ଏବିପି ନ୍ୟୁଜର ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ବିଜେପି ବିପୁଳ ବିଜୟ ହାସଲ କରିବ । ୨୧ଟି ଆସନରୁ ବିଜେପି ୧୩ଟି, ବିଜେଡି ୭ ଟି ଓ କଂଗ୍ରେସ ୧ଟି ଆସନରେ ବିଜୟୀ ହେବେ । ସେହିପରି ସି-ଭୋଟର ସର୍ଭେ ଅନୁସାରେ ବିଜେଡି ୧୦ଟି, ବିଜେପିକୁ ୭ରୁ ୯ଟି ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ । କିନ୍ତୁ କିଛି ଦିନ ତଳେ ଆସିଥିବା କ୍ବିଣ୍ଟ-ପୋଲ ଆଇଜ ସର୍ଭେ ଅନୁସାରେ ବିଜେଡି ୨୧ରୁ ୧୮ଟିରେ ବିଜୟ ହାଲ କରି ବିପୁଳ ସଫଳତା ହାସଲ କରିବ । ବିଜେପି ମାତ୍ର ୨ଟି ଓ କଂଗ୍ରେସ ୧ଟି ଆସନରେ ଜିତିବ । ଅନ୍ୟପକ୍ଷରେ ଦୁଇ ସପ୍ତାହ ତଳେ ଆସିଥିବା ଟାଇମ୍ସ ନାଓ ସର୍ଭେରେ କୁହାଯାଇଥିଲା ଯେ ବିଜେପି ୧୪ଟି ଓ ବିଜେଡି ୭ଟି ଆସନରେ ବିଜୟ ହାସଲ କରିବ ।

 

ସଂସ୍ଥା ବିଜେଡି ବିଜେପି କଂଗ୍ରେସ
ଏବିପି ନ୍ୟୁଜ ୧୩
ସି-ଭୋଟର ୧୦
କ୍ବିଣ୍ଟ-ପୋଲ ଆଇଜ ୧୮
ଟାଇମ୍ସ ନାଓ-ଭିଏମଆର ୧୪

 

ସମ୍ବନ୍ଧିତ ଖବର