ରାଷ୍ଟ୍ରପତିଙ୍କ ସବୁ କାର୍ଯ୍ୟକ୍ରମ ବାତିଲ, ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା କରିବା ଲାଗି ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଗାୟିକା କନିକା କପୁର ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟାଭାବେ ଦେଖାଦେଇଛି । ଏପରିକି ଭାରତର ରାଷ୍ଟ୍ରପତି, ସାଂସଦମାନଙ୍କ ନିକଟକୁ ସଂକ୍ରମଣ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି । କରୋନା ସଂକ୍ରମିତ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂ ଯୋଗ ଦେବା ପରେ ରାଷ୍ଟ୍ରପତି ଭବନ ଯାଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂକ୍ରମିତ ହେବା ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ସବୁ ବୈଠକ, ସମାରୋହ ଆଦିକୁ ବାତିଲ କରିଦିଆଯାଇଛି । ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ କନିକାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରିବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସେହିପରି କନିକାଙ୍କ ପାର୍ଟି ହୋଇଥିବା ଲକ୍ଷ୍ନୌର ତାଜ ହୋଟେଲକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର