ଭୁବନେଶ୍ବର: ଭୋଟ୍ ଚୋରି ପ୍ରସଙ୍ଗରେ ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ବିଜେପିର ଭୋଟ୍ ଚୋରିକୁ ନେଇ ରାହୁଲ ଗାନ୍ଧୀ ଇଲେକ୍ସନ କମିନନ ବାବଦରେ ଖୁଲାସା କରିଛନ୍ତି । ଇଲେକ୍ସନ କମିସନରଙ୍କ ଠାରୁ ଜବାବ ମାଗିବା ବେଳେ ବିଜେପି ସରକାରଙ୍କୁ କାହିଁକି ବାଧୁଛି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ ।

Advertisment

ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଜଣାପଡୁଛି ଭୋଟ୍ ଚୋରିରେ ବିଜେପି ଓ ଇଲେକ୍ସନ କମିସନଙ୍କର ମଧୁଚନ୍ଦ୍ରିକା ହୋଇଥିଲା । ବିଜେପି ସରକାରରେ ଆମର ଅଧିକାର ଛଡ଼େଇ ନିଆଯାଉଛି । ଓଡ଼ିଶାରେ ବିଜେପିର କିଛି ସଂଖ୍ୟା ନଥିଲା, ଅଥଚ ବିଜେଡି ଶୁନ୍ ହୋଇଯାଇଛି । ଏଥିପାଇଁ ନିର୍ବାଚନ ସମୟର ସିସିଟିଭି ଭିଜୁଆଲ ସାର୍ବଜନୀନ କରିବାକୁ ଦାବି କରିଛି ଯୁବ କଂଗ୍ରେସ। ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ। ସମ୍ମାନ, ଅଧିକାର ଦେବାକୁ ଭୋଟ୍ ଦେବାରୁ ଯେମିତି କେହି ବଞ୍ଚିତ ନହେବେ ସେହି ଦାୟିତ୍ୱ ନେବାକୁ ଇଲେକ୍ସନ କମିସନ ହାତରେ ଦାୟିତ୍ବ ନ୍ୟସ୍ତ ଥିଲା । କିନ୍ତୁ ଆମ ଶକ୍ତି ଆମଠାରୁ ଛଡ଼େଇ ନେଇଛନ୍ତି । କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେଉଁ ତଥ୍ୟ ମାଗିଛନ୍ତି ତାହା ଦେଇ ପାରୁନାହାନ୍ତି । ଦାବି ଶୁଣୁ ନାହାନ୍ତି । ଭୋଟ୍ ହଡପ କରି ନେଇଛି ବିଜେପି ।

ଭୋଟ୍ ଚୋରି ପ୍ରସଙ୍ଗ ନେଇ ଆସନ୍ତା ୧୭ ତାରିଖରୁ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରୁଛନ୍ତି ରାହୁଲ ଗାନ୍ଧୀ । ଏଥିରେ ସାମିଲ ହେଉଛି ଯୁବ କଂଗ୍ରେସ । ଭୋଟ୍ ଚୋରି ନେଇ ଲୋକଙ୍କୁ ସଚେତନ କରିବ ଯୁବ କଂଗ୍ରେସ । ଆଜିଠାରୁ ଏକ କ୍ୟାମ୍ପେନ ଆରମ୍ଭ ହେଉଛି। ସାରା ଓଡ଼ିଶାରେ ହେବ ପଦଯାତ୍ରା । ଏହା ସହ ଲୋକଙ୍କୁ ଲିଫଲେଟ ବାଣ୍ଟି ଯୁବ କଂଗ୍ରେସ କରିବ ସଚେତନ। ଆସନ୍ତା ତିନିମାସ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । 

ସେ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ହଠାତ୍ ୬ ଲକ୍ଷ ଭୋଟର ବଢ଼ିଗଲେ । ଓଡ଼ିଶାରେ ସନ୍ଧ୍ୟା ୫ଟାରୁ ୮ ଟା ମଧ୍ୟରେ ଭୋଟ୍ ଦେଲେ ୪୨ ଲକ୍ଷ ଲୋକ। ତେଣୁ ନିର୍ବାଚନ ସ୍ୱଚ୍ଛ ହୋଇନାହିଁ ବରଂ ପ୍ରମାଣ ଦେବାପରେ ବର୍ତ୍ତମାନ ଇଲେକ୍ସନ କମିସନ ଜେଲ ଭୟ ଦେଖାଉଛନ୍ତି। ତେଣୁ ଭୋଟ୍ ଚୋରି ପ୍ରସଙ୍ଗ ନେଇ ଆସନ୍ତା ୧୭ ତାରିଖରୁ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରୁଛନ୍ତି ରାହୁଲ ଗାନ୍ଧୀ । ଏଥିରେ ସାମିଲ ହେଉଛି ଯୁବ କଂଗ୍ରେସ । ଭୋଟ୍ ଚୋରି ନେଇ ଲୋକଙ୍କୁ ସଚେତନ କରିବ ଯୁବ କଂଗ୍ରେସ । ଆଜିଠାରୁ ଏକ କ୍ୟାମ୍ପେନ ଆରମ୍ଭ ହେଉଛି। ସାରା ଓଡ଼ିଶାରେ ହେବ ପଦଯାତ୍ରା । ଏହା ସହ ଲୋକଙ୍କୁ ଲିଫଲେଟ ବାଣ୍ଟି ଯୁବ କଂଗ୍ରେସ କରିବ ସଚେତନ। ଆସନ୍ତା ତିନିମାସ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ।