ନୂଆଦିଲ୍ଲୀ: ଏବେ ତ ଅଧିକାଂଶ ଯୋଡି ବିବାହ ଆଗରୁ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରିୱେଡିଂ ସୁଟିଂ କରୁଛନ୍ତି | କୌଣସି ବେଳାଭୂମି ହେଉ କି ସୁନ୍ଦର ପରିବେଶରେ ନିଜ ମନର ମଣିଷ ସହ ଫଟୋ ସହ ଭିଡିଓ ସୁଟିଂ କରୁଛନ୍ତି | ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଭିଡିଓରେ ଏକ ଭାବି ଦମ୍ପତି ବିବାହ ପୂର୍ବରୁ ସୁଟ୍ ପାଇଁ ବେଳାଭୂମିରେ ପହଞ୍ଚିଥିଲେ।
ସୁଟ୍ ସମୟରେ, ଯୁବକ ଜଣକ ତାଙ୍କ ବାନ୍ଧବୀଙ୍କୁ ଆଲିଙ୍ଗନ କରିବା ପାଇଁ ତାଙ୍କ ପଛେ ପଛେ ଦୌଡୁଥିବାର ଦେଖିବାକୁ ମିଳିଥିଲା | ଏହାପରେ ଯୁବକ ଜଣକ ତାଙ୍କ ବାନ୍ଧବୀଙ୍କ ଅଣ୍ଟାକୁ ଧରି ବୁଲାଉଥିବାବେଳେ ବେଳାଭୂମିର ଓଦା ବାଲିରେ ଉଭୟ ଖସିପଡିଥିଲେ | ଦୁହେଁ ବେଳାଭୂମିରେ ଥିବା ଏକ ପଥରରେ କଚଡ଼ା ଖାଇ ପଡିଥିବାର ଦେଖିବାକୁ ମିଳିଥିଲା | ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହୋଇଛି ଏବଂ ୟୁଜର୍ସମାନେ ଏହାକୁ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
@JeetN25 ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି, ଏବଂ ଅନେକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ଭିଡିଓଟି ଉପରେ ବିଭିନ୍ନ ପ୍ରତିକ୍ରିୟାଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଭାରତରେ ଏହି ଜେନେରେସନର ଲୋକମାନେ କ୍ୟାମେରା-ପାଗଳ ହୋଇଯାଇଛନ୍ତି।"
Pre-wedding shoot became WWE 😭😂 pic.twitter.com/FfSXF03Qfm
— Jeet (@JeetN25) September 16, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/17/befunky-collage-2025-09-17-20-38-18.jpg)