ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲ୍ରେ ଏକ ହତ୍ୟା ମାମଲାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣଙ୍କ ଟାଙ୍ଗରପାଲି ଥାନା ଅଞ୍ଚଳସ୍ଥ କନ୍ଷ୍ଟ୍ରକ୍ସନ୍ କଲୋନିର ନୀଳମଣି ରାଉତ(୫୫)। ନିଜ ବୁଢ଼ୀ ମା’ଙ୍କୁ ହତ୍ୟା ମାମଲାରେ ନୀଳମଣି ରାଉତ ବିଚାରାଧୀନ ଥିଲେ।
ନୀଳମଣି ରାଉତ ନିଜ ବୁଢ଼ୀ ମା’ଙ୍କ ସହ କନ୍ଷ୍ଟ୍ରକ୍ସନ୍ କଲୋନିରେ ରହୁଥିଲେ। ୨୦୨୩ ମସିହା ସେପ୍ଟେମ୍ବର ମାସର ଘଟଣା। ସେଦିନ କନ୍ଷ୍ଟ୍ରକ୍ସନ୍ କଲୋନିରେ ଗଣେଶ ପୂଜା ଭସାଣି ଥିଲା। ନୀଳମଣି ମଦ ପିଇ ଭସାଣିରେ ମସ୍ଗୁଲ ହୋଇ ରାତି ପ୍ରାୟ ୧୨ଟା ବେଳେ ଘରକୁ ଫେରିଥିଲେ। ଘରେ ପହଞ୍ଜି ବୁଢ଼ୀ ମା’ଙ୍କୁ ପଖାଳ ଖାଇବାକୁ ମାଗିଥିଲେ। ଘରେ କିନ୍ତୁ ପଖାଳ ନାହିଁ ଗରମ ଭାତ ଅଛି ବୋଲି ମା’ କହିଥି​ଲେ। ଏତିକିରେ ନିଶାଶକ୍ତ ନୀଳମଣି ଉତ୍ୟକ୍ତ ହୋଇ ବୁଢ଼ୀ ମା’କୁ ନିସ୍ତୁକ ମାଡ଼ ମାରିଥିଲେ। ମାରିମାରି ନାକ, ପାଟି ଓ ମୁହଁ ଫଟାଇ ଦେଇଥିଲେ। ପଡ଼ୋଶୀ ଆସି ନୀଳମଣିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ନିଶାରେ ଥିବା ଦେଖି କେହି ପାଖକୁ ଆସିବାକୁ ସାହସ କରିନଥିଲେ। ତେବେ ସେ ମା’କୁ ମାରିମାରି ଦରମରା କରି ଶୋଇପଡ଼ିଥିଲେ। ସକାଳୁ ବୃଦ୍ଧାଙ୍କ ଅବସ୍ଥା ଦେଖି ପଡ଼ୋଶୀ ଟାଙ୍ଗରପାଲି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳ​ରେ ପହଞ୍ଚି ବୃଦ୍ଧାଙ୍କୁ ସଂକଟାପନ୍ନ ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି କରିଥିଲା। କିନ୍ତୁ ଠିକ୍ ଅଧଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାନୁଯାୟୀ, ନୀଳମଣି ରାଉତ ନିଜ ବୁଢ଼ୀ ମା’ଙ୍କ ସହ କନ୍ଷ୍ଟ୍ରକ୍ସନ୍ କଲୋନିରେ ରହୁଥିଲେ। ୨୦୨୩ ମସିହା ସେପ୍ଟେମ୍ବର ମାସର ଘଟଣା। ସେଦିନ କନ୍ଷ୍ଟ୍ରକ୍ସନ୍ କଲୋନିରେ ଗଣେଶ ପୂଜା ଭସାଣି ଥିଲା। ନୀଳମଣି ମଦ ପିଇ ଭସାଣିରେ ମସ୍ଗୁଲ ହୋଇ ରାତି ପ୍ରାୟ ୧୨ଟା ବେଳେ ଘରକୁ ଫେରିଥିଲେ। ଘରେ ପହଞ୍ଜି ବୁଢ଼ୀ ମା’ଙ୍କୁ ପଖାଳ ଖାଇବାକୁ ମାଗିଥିଲେ। ଘରେ କିନ୍ତୁ ପଖାଳ ନାହିଁ ଗରମ ଭାତ ଅଛି ବୋଲି ମା’ କହିଥି​ଲେ। ଏତିକିରେ ନିଶାଶକ୍ତ ନୀଳମଣି ଉତ୍ୟକ୍ତ ହୋଇ ବୁଢ଼ୀ ମା’କୁ ନିସ୍ତୁକ ମାଡ଼ ମାରିଥିଲେ। ମାରିମାରି ନାକ, ପାଟି ଓ ମୁହଁ ଫଟାଇ ଦେଇଥିଲେ। ପଡ଼ୋଶୀ ଆସି ନୀଳମଣିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ନିଶାରେ ଥିବା ଦେଖି କେହି ପାଖକୁ ଆସିବାକୁ ସାହସ କରିନଥିଲେ। ତେବେ ସେ ମା’କୁ ମାରିମାରି ଦରମରା କରି ଶୋଇପଡ଼ିଥିଲେ।
ସକାଳୁ ବୃଦ୍ଧାଙ୍କ ଅବସ୍ଥା ଦେଖି ପଡ଼ୋଶୀ ଟାଙ୍ଗରପାଲି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳ​ରେ ପହଞ୍ଚି ବୃଦ୍ଧାଙ୍କୁ ସଂକଟାପନ୍ନ ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି କରିଥିଲା। କିନ୍ତୁ ଠିକ୍ ଅଧଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସେ ଦେଢ଼ବର୍ଷ ହେଲା ସ୍ବତନ୍ତ୍ର ଜେଲ୍ରେ ଥିଲେ। ବିଭିନ୍ନ ରୋଗରେ ପୀଡ଼ିତ ଥିବା ନୀଳମଣିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରବିବାର ସନ୍ଧ୍ୟା ୫ଟାରେ ଆର୍ଜିଏଚ୍ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ରଘୁନାଥପାଲି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/28/3R58q7RTAVPbdr9nbzSJ.jpg)
