ଫତେହପୁର ସିକରି: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଫତେହପୁରଠାରେ ଏକ ରାଲିକୁ ସମ୍ବୋଧନ କରି ଭାଷଣ ପରେ ହଡ଼ବଡ଼ରେ ତାଙ୍କ ପାଟିରୁ ବାହାରି ଯାଇଥିବା ଭୁଲ୍ ବାକ୍ୟ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେହି ରାଲିର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଆକାଉଣ୍ଟ୍ରୁ ଆକାଉଣ୍ଟ୍ ବୁଲିବାରେ ଲାଗିଛି।
ପ୍ରିୟଙ୍କା ରାଲିରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ବିଷୟରେ ଆଲୋଚନା କରି ସେଥିରେ ବହୁ ଯୋଜନା ରହିଛି ବୋଲି କହିବା ବେଳେ ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା କଥା ଉଲ୍ଲେଖ ରହିଛି ବୋଲି କହିବା ପରିବର୍ତ୍ତେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଯୋଗାଇ ଦେବ ବୋଲି କହି ପକାଇଥିଲେ।
#WATCH Priyanka Gandhi Vadra in Fatehpur Sikri, Uttar Pradesh, fumbles during her speech then corrects herself, "Aisi yojnayein ghoshna patra mein hai, jisme aapko swasthya sarkari aspatalon mein muft milega...Swasthya nahi, Swasthya ki jaanch aur swasthya ka ilaaj muft milega" pic.twitter.com/awoDUt2V6K
— ANI UP (@ANINewsUP) 15 April 2019
ପ୍ରିୟଙ୍କା ଏପରି କହିବା ପରେ ଚତୁରତାର ସହ ସଙ୍ଗେ ସଙ୍ଗେ କଥା ବଦଳାଇ ଦେଇଥିଲେ। ସେ ହସି ଦେଇ କହିଥିଲେ କି ‘ସ୍ୱାସ୍ଥ୍ୟ ଯୋଗା ଯିବନି। ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ ଯଦି ମିଳିଯାଏ ତ ଆହୁରି ଭଲ।’
ଏହାବ୍ୟତୀତ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ତାଙ୍କର ଅଭିଭାଷଣରେ ମୋଦୀ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହୁଥିବାର ଦେଖିବାକୁ ମିଳିଛନ୍ତି।