ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସିବାରୁ ପ୍ରଖର ହେଲାଣି ନିର୍ବାଚନ ପ୍ରଚାର। ରାଜନୈତିକ ଦଳର ନେତାମାନେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ନେଇ ଆଲୋଚନା ସମାଲୋଚନା ଆରମ୍ଭ କଲେଣି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାକ୍ ବାଣରେ ଆକ୍ରମଣ କରିଛନ୍ତି। ସେ ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି କି ଆମ ପ୍ରଧାନମନ୍ତ୍ରୀ ଅନ୍ୟ ସବୁ କଥା ଭୁଲି ‘ନାମୋ ଏଗେନ୍’ ଓ ‘ଚୌକିଦାର’ ଟି-ସାର୍ଟ ବିକ୍ରି କରିବାରେ ବ୍ୟସ୍ତ।
ଏ ସଂପର୍କରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ଵିଟ୍ କରି ଲେଖିଛନ୍ତି, ‘ଦୁର୍ଦଶାରେ ଥିବା ଲୋକଙ୍କ ଆଡ଼େ ଦୃଷ୍ଟି ଦେବା ଛାଡ଼ି ବିଜେପି ନେତା କେବଳ ଟି-ସାର୍ଟ ବିଜ୍ଞାପନରେ ମାତିଛନ୍ତି।’
उत्तर प्रदेश के शिक्षामित्रों की मेहनत का रोज़ अपमान होता है, सैकड़ों पीड़ितों नें आत्महत्या कर डाली। जो सड़कों पर उतरे सरकार ने उनपर लाठियाँ चलाई, रासुका दर्ज किया। भाजपा के नेता टीशर्टों की मार्केट्टिंग में व्यस्त हैं, काश वे अपना ध्यान दर्दमंदों की ओर भी डालते। #Sanchibaatpic.twitter.com/eBeyNSt3va
— Priyanka Gandhi Vadra (@priyankagandhi) March 25, 2019
ପ୍ରିୟଙ୍କା ଉତ୍ତରପ୍ରଦେଶର ଶିକ୍ଷାମିତ୍ର ଓ ଶିକ୍ଷକମାନଙ୍କ ପ୍ରସଂଗ ଉଠାଇ ମୋଦିଙ୍କୁ ଆକ୍ରମଣ କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ଆତ୍ମହତ୍ୟା କରିବା କଥା ବି ଉଠାଇଛନ୍ତି ପ୍ରିୟଙ୍କା। ରାସ୍ତା ଉପରକୁ ପ୍ରତିବାଦ କରିବାକୁ ଆସୁଥିବା ଲୋକଙ୍କୁ ସରକାର ଲାଠି ମାଡ଼ ମରି ଚୁପ୍ କରାଉଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି।