ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତ ସପ୍ତାହରେ ସୋସିଆଲ୍‌ ନେଟ୍‌ସଓ୍ଵର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କରିଛନ୍ତି। ସେ ଆକାଉଣ୍ଟ୍‌ ଖୋଲିବାର ମାତ୍ର ୧ ଘଣ୍ଟା ଭିତରେ ତାଙ୍କୁ ୧ ହଜାରରୁ ଊର୍ଧ୍ୱ ବ୍ୟବହାରକୀ ଫଲୋ କରିଥିବା ଜାଣିବାକୁ ମିଳିଥିଲା।

Advertisment

ଏବେ ସୁଦ୍ଧା ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ସମୁଦାୟ ୨ଟି ଫଟୋ ପୋଷ୍ଟ୍‍ କରିଛନ୍ତି। ସେଥି ଭତରୁ ଗୋଟିଏ ହେଉଛି ଅହମ୍ମଦାବାଦ୍‌ର ସର୍ଦ୍ଦାର ବଲ୍ଲବଭାଇ ପଟେଲ ନେସ୍‌ନାଲ୍‌ ମେମୋରିଆଲ୍‌ରେ ନିକଟରେ ହୋଇଥିବା କଂଗ୍ରେସ ଓ୍ଵିାର୍କିଂ କମିଟି(ସିଡବ୍ଲୁସି)ର ଫଟୋ। ଦ୍ୱିତୀୟଟି ହେଉଛି ସାବରମତିଠାରେ ଥିବା ଗାନ୍ଧୀ ଆଶ୍ରମରେ ଲୋକଙ୍କ ସହ କଥା ହେଉଥିବା ବେଳର।

View this post on Instagram

CWC Meeting at Sardar Vallabhbhai Patel National Memorial, Ahmedabad #Congress #INC #CWC

A post shared by Priyanka Gandhi Vadra (@priyankagandhivadra) on

ଗତ ମାସରେ ପ୍ରିୟଙ୍କା ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଡେବ୍ୟୁ କରିଥିଲେ। ପ୍ରିୟଙ୍କାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଫେବ୍ରୁଆରି ୧୧ ତାରିଖରେ ଖୋଲାଯାଇଛି। ଉତ୍ତରପ୍ରଦେଶରେ ସେ ତାଙ୍କର ରାଜନୈତିକ ପ୍ରଚାର ଆରମ୍ଭ କରିବା ପରଦିନ ହିଁ ଟୁଇଟର୍‌ରେ ଡେବ୍ୟୁ କରିଥିଲେ। ଏବେ ସୁଦ୍ଧା ଟୁଇଟର୍‌ରେ ତାଙ୍କର ୩ ଲକ୍ଷ ଫଲୋର୍ସ ଥିବା ଜାଣିବାକୁ ମିଳିଛି।