ଉତ୍ତରପ୍ରଦେଶ ଜନସାଧାରଣଙ୍କୁ ଖୋଲା ଚିଠି ଲେଖିଲେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜନସାଧାରଣଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଏକ ଖୋଲା ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ସେ ଲେଖିଛନ୍ତି କି ସେ ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ସେମାନଙ୍କୁ ଭେଟିବେ। ଏହା ସହ ଉତ୍ତରପ୍ରଦେଶରେ ରାଜନୈତିକ ପରିବର୍ତ୍ତନ ଆଣିବାକୁ ଶପଥ ନେବେ। ପ୍ରିୟଙ୍କା ଗାନ୍ଧୀ ଆହୁରି ବି ସଂକେତ ଦେଇ କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସେ ଦୁଆର ଦୁଆର ବୁଲି ପ୍ରଚାର କରିବେ।

ରାଜ୍ୟ ରାଜନୀତି ସେତେଟା ସୁଦୃଢ଼ ନଥିବା ହେତୁ ଯୁବପିଢ଼ି, ମହିଳା, କୃଷକ ଏବଂ ଶ୍ରମିକ ଆଦି ସମସ୍ତେ ସଂକଟରେ ରହିଛନ୍ତି ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି। ନିଜ ସ୍ୱରକୁ ହଜାଇ ଦେଇଥିବା ସେହିମାନେ ଏବେ ପୁଣି ଥରେ ସ୍ୱର ଉଠାଇବାକୁ ଚାହୁଁଛନ୍ତି। ମୁଁ ଜାଣେ ଆପଣମାନଙ୍କୁ ଠିକ୍‌ କରି ନଶୁଣି ରାଜ୍ୟରେ କୌଣସି ରାଜନୈତିକ ପରିବର୍ତ୍ତନ ଅଣାଯାଇ ପାରିବ ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କ ଦୁଆରକୁ ଆସୁଛି ବୋଲି ପ୍ରିୟଙ୍କା କହିଛନ୍ତି। ଲୋକମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ଲୋକମାନଙ୍କ ସମସ୍ୟାର ସମାଧାନ କାଢ଼ିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର