ମାଲକାନଗିରି: ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଖଇରପୁଟ ଅଧୀନରେ ଅଙ୍ଗନବାଡ଼ି କର୍ମୀ ନିୟୋଜନକୁ କେନ୍ଦ୍ର କରି ବିଭିନ୍ନ ଗ୍ରାମରେ ଗ୍ରାମବାସୀଙ୍କ ମଧ୍ୟରେ ବିଶୃଙ୍ଖଳା ପରିଲକ୍ଷିତ ହେଉଛି। ଗତ ୧୯ ତାରିଖରେ ମାଛାଗୁଡ଼ା ଅଙ୍ଗନବାଡ଼ି କର୍ମୀ ଭାବେ ସଂଯୁକ୍ତା ବୋରା ନିଯୁକ୍ତି ପାଇଛନ୍ତି। ସରକାରଙ୍କ ନିୟମାବଳୀ ଅନୁସାରେ ଅଙ୍ଗନବାଡି କେନ୍ଦ୍ର ଅନ୍ତର୍ଗତ ଗ୍ରାମକୁ ଚୟନ ପ୍ରକ୍ରିୟାକୁ ମଧ୍ୟ ନିଆଯିବାର ନିୟମ ରହିଛି। ସଂଯୁକ୍ତା ଦୋରା ମାଛାଗୁଡ଼ା ଅଧିନସ୍ଥ ନନ୍ଦନିଗୁଡ଼ା ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବାରୁ ଏବଂ ସମସ୍ତ ଦରଖାସ୍ତକାରିଣୀଙ୍କ ଠାରୁ ଅଧିକା ନମ୍ବର ରଖିଥୁବାରୁ ଉକ୍ତ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।
କିନ୍ତୁ ମାଛଗୁଡ଼ା ଗ୍ରାମବାସୀ ଚୟନ ପ୍ରକ୍ରିୟାକୁ ବିରୋଧ କରି ଅଙ୍ଗନବାଡ଼ି କେନ୍ଦ୍ରକୁ ୨ ଦିନ ଧରି ଚାଲା ପକାଇଥିଲେ। ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପୁଲିସ ସହାୟତାରେ କେନ୍ଦ୍ର ଖୋଲା ଯାଇଥିଲା। ସେହିପରି ଗତ ୨୧ ତାରିଖରେ କାଲାପଲ୍ଲୀ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ଭାବେ ସୁଚାମଣି ଖରା ନିୟୋଜିତ ହେଲେ। କିନ୍ତୁ ଅନୁରୂପ ଭାବରେ କାଲାପଲ୍ଲୀ ଗ୍ରାମବାସୀ ମଧ୍ୟ ଚୟନ ପ୍ରକ୍ରିୟାକୁ ବିରୋଧ କରି ଏବଂ ୱାର୍ଡମେମ୍ବରଙ୍କ ଝିଅ ଲକ୍ଷ୍ମୀ ଖୁଲକୁ ଅଙ୍ଗନବାଡ଼ି କର୍ମୀ ରୂପେ ଚୟନ କରିବା ପାଇଁ ଦାବି କରି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ତାଲା ଖୋଲା ଯାଇନଥିଲା।
ତିନି ଦିନ ଧରି କେନ୍ଦ୍ର ବନ୍ଦ ରହିବା ପରେ ଉପ ଜିଲ୍ଲାପାଳ, ତହସିଲଦାର ଓ ପୁଲିସଙ୍କ ଉପସ୍ଥିତ ପରେ କେନ୍ଦ୍ର ଖୋଲା ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଚୟନ ପ୍ରକ୍ରିୟା ସରକାରଙ୍କ ନିୟମାବଳିକୁ ଅନୁସରଣ କରି, ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟିଙ୍କ ଦ୍ବାରା ସମ୍ପନ୍ନ ହେଉଛି। ଅଙ୍ଗନବାଡ଼ି କେନ୍ଦ୍ରର ଅଧିନସ୍ଥ ପ୍ରାର୍ଥୀନୀମାନଙ୍କ ମଧ୍ୟରେ ମାର୍କକୁ ତଦନ୍ତ କରାଯାଇ କର୍ମୀ ଚୟନ କରାଯିବା ବ୍ୟବସ୍ଥା ରହିଛି। ବେଆଇନ ଭାବରେ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ତାଲା ପକାଇବା କିମ୍ବା ସରକାରୀ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରିବା ଆଇନଗତ ଅପରାଧ ଅଟେ ବୋଲି କୁହାଯାଇଥିଲା।ଏଥିପାଇଁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/10/26/7uqb3S5uS0SgZwoP4UO6.jpg)