ବସ୍ତା୨: ବସ୍ତା ବ୍ଲକ୍ ନାଇକୁଡ଼ି ପଞ୍ଚାୟତ ସିଂଲା ଥାନା ଅଞ୍ଚଳର ଜଣେ ନାବାଳିକା ଝିଅ ବିବାହକୁ ବିରୋଧ ଘଟଣାକୁ କେନ୍ଦ୍ରକରି ଜଣେ ପରିବାରକୁ ଗ୍ରାମବାସୀଙ୍କ ଦ୍ବାରା ସାମାଜିକ ବାସନ୍ଦ ହେବାକୁ ପଡ଼ିଛି। ଆଉ ନ୍ୟାୟ ପାଇଁ ପରିବାର ଲୋକ ବାରମ୍ବାର ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପ୍ରମାଣ ନଥିବା ଦର୍ଶାଇ ଫେରାଉଛି ପୁଲିସ। ଶେଷରେ ଗ୍ରାମବାସୀଙ୍କ ଅତ୍ୟାଚାର ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ।

Advertisment

ସୂଚନା ଅନୁସାରେ ଏହି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଜମ୍ଭିରାଇ ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିଲେ। ନ୍ୟାୟ ପାଇଁ ନାବାଳିକା ପରିବାର ଲୋକ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲା। ମାତ୍ର ଗ୍ରାମବାସୀ ଅପହର୍ତ୍ତାଙ୍କୁ ସାହାଯ୍ୟ କରିବାକୁ ଯାଇ ନାବାଳିକାଙ୍କ ପରିବାରକୁ ଝିଅର ବିବାହ ପାଇଁ ଗ୍ରାମ ବୈଠକରେ ପ୍ରସ୍ତାବ ଦେଇଥିଲେ ମଧ୍ୟ ପୀଡ଼ିତାଙ୍କ ବାପା ଝିଅ ମାତ୍ର ୧୪ ବର୍ଷର ହୋଇଥିବା ବେଳେ ଝିଅର ବିବାହ କରିବାକୁ ଗ୍ରାମବାସୀଙ୍କୁ ମନାକରିଥିଲେ। ଏହି ଘଟଣାରେ ଗ୍ରାମ କମିଟିକୁ ବିରୋଧ କଲା କାହିଁକି କହି ଗ୍ରାମବାସୀ ବିଭିନ୍ନ ଆକ୍ଷେପ ପ୍ରତି ଆକ୍ଷେପ କରୁଥିଲେ। ପରେ ଗତ ସାଧାରଣ ନିର୍ବାଚନରେ ନାବାଳିକା ବାପା ବିଜେଡି ପରିବର୍ତ୍ତେ ବିଜେପି ଦଳର ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ନାବାଳିକା ପରିବାରକୁ ନିଆଁ, ପାଣି,ଗାଁ ମନ୍ଦିର,ସହିତ ବଜାର ବନ୍ଦ ପାଇଁ ଗ୍ରାମ କମିଟି ମୁଖିଆ ଙ୍କ ସହିତ କମିଟିର ୧୨ ଜଣ ସଦସ୍ୟ ଓ ଜଣେ ସରକାରୀ ବିଦ୍ୟାଳୟର ପିଅନ ବନ୍ଦ କରିଥିଲେ ଏହି ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଲେ ଦୁଇହଜାର ଟଙ୍କା ଗ୍ରାମରେ ଜରିମାନା ଦେବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ନାବାଳିକାଙ୍କ ମା ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଜଣେ ନାବାଳିକା ଛାତ୍ରୀଙ୍କୁ ଜମ୍ଭିରାଇ ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିଲେ। ନ୍ୟାୟ ପାଇଁ ନାବାଳିକା ପରିବାର ଲୋକ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲା। ମାତ୍ର ଗ୍ରାମବାସୀ ଅପହର୍ତ୍ତାଙ୍କୁ ସାହାଯ୍ୟ କରିବାକୁ ଯାଇ ନାବାଳିକାଙ୍କ ପରିବାରକୁ ଝିଅର ବିବାହ ପାଇଁ ଗ୍ରାମ ବୈଠକରେ ପ୍ରସ୍ତାବ ଦେଇଥିଲେ ମଧ୍ୟ ପୀଡ଼ିତାଙ୍କ ବାପା ଝିଅ ମାତ୍ର ୧୪ ବର୍ଷର ହୋଇଥିବା ବେଳେ ଝିଅର ବିବାହ କରିବାକୁ ଗ୍ରାମବାସୀଙ୍କୁ ମନାକରିଥିଲେ। ଏହି ଘଟଣାରେ ଗ୍ରାମ କମିଟିକୁ ବିରୋଧ କଲା କାହିଁକି କହି ଗ୍ରାମବାସୀ ବିଭିନ୍ନ ଆକ୍ଷେପ ପ୍ରତି ଆକ୍ଷେପ କରୁଥିଲେ। ପରେ ଗତ ସାଧାରଣ ନିର୍ବାଚନରେ ନାବାଳିକା ବାପା ବିଜେଡି ପରିବର୍ତ୍ତେ ବିଜେପି ଦଳର ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ନାବାଳିକା ପରିବାରକୁ ନିଆଁ, ପାଣି,ଗାଁ ମନ୍ଦିର,ସହିତ ବଜାର ବନ୍ଦ ପାଇଁ ଗ୍ରାମ କମିଟି ମୁଖିଆ ଙ୍କ ସହିତ କମିଟିର ୧୨ ଜଣ ସଦସ୍ୟ ଓ ଜଣେ ସରକାରୀ ବିଦ୍ୟାଳୟର ପିଅନ ବନ୍ଦ କରିଥିଲେ ଏହି ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଲେ ଦୁଇହଜାର ଟଙ୍କା ଗ୍ରାମରେ ଜରିମାନା ଦେବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ନାବାଳିକାଙ୍କ ମା ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ଆଜି ଘଟଣା ସମ୍ପର୍କରେ ଖବର ପ୍ରସ୍ତୁତ କରିବାକୁ ଯାଇଥିବା ବେଳେ ଗ୍ରାମ କମିଟିର ମୁଖ୍ୟ, ବିଦ୍ୟାଳୟ ପିଅନ ସହିତ ଦଶ ବାର ଜଣ ଯୁବକ ଆସି ସାମ୍ୱାଦିକଙ୍କୁ ବିରୋଧ କରିବା ସହିତ ସମ୍ବାଦ ପରିବେଷଣ ନକରିବାକୁ ଚାପ ସୃଷ୍ଟି କରିଥିଲେ। ତେବେ ଏନେଇ ସିଂଲା ଥାନା ଅଧିକାରୀଙ୍କୁ ପଚାରିବାରୁ ସାମାଜିକ ବାସନ୍ଦ ସମ୍ପର୍କରେ ଖବର ଆମ ନିକଟରେ ପହଞ୍ଚିଛି। ଏହାର ତଦନ୍ତ ମଧ୍ୟ ସରିଛି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।