ବୀରମିତ୍ରପୁର: ବୀରମିତ୍ରପୁର ବିର୍ସାମୁଣ୍ଡା ବସଷ୍ଟାଣ୍ଡ ୧୯୭୫ ମସିହାରେ ତତ୍କାଳୀନ ସାଂସଦ ସୁଶ୍ରୀ ଫ୍ରୀଡ଼ା ଟୋପ୍ନଙ୍କ ଦ୍ୱାରା ଉଦଘାଟିତ ବୀରମିତ୍ରପୁର ନୂଆ ବସଷ୍ଟାଣ୍ଡ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଜଣାପଡିଛି। ଯାହା ଫଳରେ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବସ ଚାଳକ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ବୀରମିତ୍ରପୁର ସହରରେ ପୌରପାଳିକା ପକ୍ଷରୁ ପରିଚାଳିତ ବିର୍ସାମୁଣ୍ଡା ନୂଆ ବସଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ବସଷ୍ଟାଣ୍ଡରୁ ପୌରପାଳିକା ପ୍ରତିବର୍ଷ ଯାତ୍ରୀବାହି ଓ ଅନ୍ୟ ଯାନବାହାନ ଠାରୁ ୮୦ରୁ ୯୦ ହଜାର ଟଙ୍କା ଆଦାୟ କରୁଥିଲେ ବି ଗାଡ଼ି ଚାଳକ ଓ ଯାତ୍ରୀମାନଙ୍କ ମୌଳିକ ସୁବିଧା ଏଠାରେ ନାହିଁ। ତେବେ ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ବସଷ୍ଟାଣ୍ଡ ପରିତ୍ୟକ୍ତ ହୋଇ ପଡିରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ବସଷ୍ଟାଣ୍ଡ ପରିସରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ମାର୍କେଟ କମ୍ପ୍ଲେକ୍ସ କରା ଯାଇଥିଲେ ବି ଅଧିକାଂଶ ଦୋକାନ ଵନ୍ଦହୋଇ ରହିଛି।
ଏଠାରେ ଯାତ୍ରୀବାହୀ ବସ ରହୁନଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମାନେ ନିଜନିଜ ଟ୍ରକ ଓ ଡମ୍ଫର ଠିଆ କରୁଥିବା ଦେଖାଯାଇଛି। ବସଷ୍ଟାଣ୍ଡରେ ରହିଥିବା ଥିବା ଶୌଚାଳୟ ଗତ ଦୁଇବର୍ଷରୁ ଅଧିକ ଦିନହେଲା ଵନ୍ଦହୋଇ ପଡିଛି। ସାମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ଭିତରେ କୁତ୍ରିମ ପୋଖରୀ ସୃଷ୍ଟି ହୋଉଥବା ଦେଖାଯାଇଛି। ଯାତ୍ରୀମାନଙ୍କ ପାଇଁ ପିଇବା ପାଣିର ସୁବିଧା ନଥିବା ବେଳେ ଯାତ୍ରୀ ପ୍ରତୀକ୍ଷାଳୟଟିଏ ବି ଏଠାରେ ନାହିଁ। ଖରା ଓ ବର୍ଷରେ ଦୂରଦୂରାନ୍ତ ଯାଉଥିବା ଯାତ୍ରୀ ବିଭିନ୍ନ ଦୋକାନ ବାରଣ୍ଡା ଓ ରାସ୍ତା କଳରେ ଠିଆହୋଇ ବସର ପ୍ରତୀକ୍ଷା କରୁଥିବା ଦେଖିବାକୁ ମିଳୁଛି। ସହରର ଜନଗହଳି ସ୍ଥାନରୁ ଲୋକେ ବସ ଧରୁଛନ୍ତି ଓ ଓହ୍ଲାଉଛନ୍ତି। ଯାହା ଫଳରେ ସବୁବେଳେ ଏଠାରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖାଯାଉଛି। ସେହିଭଳି ବସଷ୍ଟାଣ୍ଡରେ ବସ ପରିବର୍ତ୍ତେ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଟ୍ରକ ଓ ଡମ୍ଫର ଠିଆ ହେଉଥିବା ବେଳେ
ଅନ୍ୟପଟେ ଜାତୀୟ ରାଜପଥ ବିଭାଗ ଏହି ରାସ୍ତା ମରାମତି ନାମରେ ରାସ୍ତା ଦୁଇ ପାର୍ଶରେ ଡ୍ରେନ ନିର୍ମାଣ କରିଦେଇଥିବା ଯୋଗୁ ଏଠାରେ ରାସ୍ତାଟି ସଙ୍କୀର୍ଣ୍ଣ ହୋଇ ଯାଇଛି। ରାସ୍ତା ଦୁଇପାର୍ଶରେ ଫୁଟପଥ ନଥିବାରୁ ଡ୍ରେନ ଉପରେ ଲୋକମାନେ ଚଲାବୁଲା କରୁଛନ୍ତି। ଯାତ୍ରୀବାହୀ ଯାନବାହାନ ରାସ୍ତାକଡ଼ରେ ଠିଆ ହୋଇ ରହୁଥିବା ଯୋଗୁ ବାଧ୍ୟ୍ୟହୋଇ ଏଠାରେ ଲୋକମାନେ ରାସ୍ତା ମଝିରେ ଯାଆସ କରୁଛନ୍ତି ଯାହା ଫଳରେ ଏଠାରେ ସବୁବେଳେ ଟ୍ରାଫିକ ସମସ୍ୟା ଉପଜୁଥିବା ସହ ଅନେକ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁମୂଲ୍ୟ ଧନଜୀବନ ହାନି ଘଟୁଛି। ପୌର ପାଳିକା ଏହି ବସଷ୍ଟାଣ୍ଡର ମୌଳିକ ସମସ୍ୟା ସମ୍ପର୍କରେ କୌଣସି ଗୁରୁତ୍ୱ ଦେଉ ନଥିବରୁ ସ୍ଥାନୀୟ ଲୋକଙ୍କ ମଧ୍ୟ୍ୟରେ ପୌରପାଳିକା ପ୍ରତି ଘୋର ଅସନ୍ତୋଷ ଦେଖା ଯାଇଛି। ଏ ସମ୍ପର୍କରେ ବୀରମିତ୍ରପୁର ପୌର ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କୁ ପଚରା ଯିବାରୁ ବୀରମିତ୍ରପୁର ବସଷ୍ଟାଣ୍ଡ ତଳସେରା ଠାରେ ନୂଆକରି ହେଵା ପାଇଁ ପ୍ରସ୍ତାବ ରହିଛି। ଅତି ଶୀଘ୍ର ଏଠାରୁ ବସଷ୍ଟାଣ୍ଡ ଉଠିଯିବ। ଏଣୁ ଏହାର ମରାମତି କାର୍ଯ୍ୟ ହେଉନଥିବା ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/NNYjcV3QW0REc6qQwrQj.jpeg)