ରାଉରକେଲା: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୫୦ରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ରାଉରକେଲା ଶ୍ରମ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳାରୁ ନିର୍ମାଣଶ୍ରମିକମାନଙ୍କୁ ଠିକ୍ ସମୟରେ ସହାୟତା ତା’ ମିଳୁନିଥିବା ଅଭିଯୋଗ ହେଉଛି। ମାସ ମାସ ଧରି ଏଭଳି ସମସ୍ୟା ଜାରି ରହିଥିଲେ ହେଁ, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଇତି ମଧ୍ୟରେ ସରକାର ବଦଳିଛି। କିନ୍ତୁ ଶ୍ରମ କାର୍ଯ୍ୟାଳୟରେ ବ୍ୟବସ୍ଥାର କୌଣସି ପରିବର୍ତ୍ତନ ହୋଇନି। ପୂର୍ବରୁ ଜଣେ ଶ୍ରମ ଅଧିକାରୀ ଥିଲେ। ଏବେ ଦୁଇଜଣ ନିଯୁକ୍ତି ହୋଇଛନ୍ତି। ୩ ଜଣ ସହକାରୀ ଶ୍ରମ ଅଧିକାରୀ ଥିଲେ ,ଏବେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହା ସତ୍ବେ ମଧ୍ୟ ପଞ୍ଜିକୃତ ନିର୍ମାଣଶ୍ରମିକଙ୍କୁ ସହାୟତା ମିଳୁନି। ନିର୍ମାଣଶ୍ରମିକମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ହଜାରରୁ ଅଧିକ ନିର୍ମାଣଶ୍ରମିକ ପରିଚୟ ପତ୍ର ପାଇଁ ଆବେଦନ କରିଛନ୍ତି। ହେଲେ ଏଯାଏଁ ସେମାନଙ୍କୁ ପରିଚୟପତ୍ର ମିଳୁନି। ୨୦୨୨-୨୩ରେ ପ୍ରାୟ ୩ ହଜାର ନିର୍ମାଣ ଶ୍ରମିକଙ୍କୁ ୨୨ କୋଟିର ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେତେବେଳେ ରାଉରକେଲା କାର୍ଯ୍ୟାଳୟରେ ଜଣେ ମାତ୍ର ଶ୍ରମଅଧିକାରୀ କାମ କରୁଥିଲେ। ୨୦୨୪ ପରଠୁ ଦୁଇଜଣ ଶ୍ରମଅଧିକାରୀ କାମ କରୁଥିଲେ ହେଁ ନିର୍ମାଣ ଶ୍ରମିକ ସମସ୍ୟାର ସମାଧାନ ହଟୁନି। ବିଭିନ୍ନ ବ୍ଲକରେ ସହକାରୀ ଶ୍ରମଅଧିକାରୀମାନେ ନିର୍ମାଣଶ୍ରମିକମାନଙ୍କର ଆବେଦନପତ୍ରକୁ ଯାଞ୍ଚ କରି ଶ୍ରମଅଧିକାରୀଙ୍କ ନିକଟକୁ ପଠାଉଛନ୍ତି। ଆବେଦନପତ୍ରଗୁଡ଼ିକ ମଞ୍ଜୁର ହେଉ ନଥିବାରୁ ନିର୍ମାଣଶ୍ରମିକମାନେ ସହାୟତା ପାଇପାରୁନାହାନ୍ତି। ଏମିତି ଭାବେ ନିର୍ମାଣ ଶ୍ରମିକମାନଙ୍କୁ ଶ୍ରମକାର୍ଯ୍ୟାଳୟର ଅଧିକାରୀମାନେ ମାସ ମାସ ଧରି ଭଣ୍ଡାଇଚାଲିଛନ୍ତି।
ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୦୦ ଜଣଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ମିଳିଛି। ଆଉ ମାତ୍ର ଦୁଇ ମାସ ପରେ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୪ ମାର୍ଚ୍ଚରେ ପୂର୍ବତନ ଶ୍ରମଅଧିକାରୀ ପ୍ରାୟ ୨୦୦ ଜଣଙ୍କୁ ୩ କୋଟିର ସହାୟତା ରାଶି ମଞ୍ଜୁର କରିଥିଲେ। ପ୍ରାୟ ଅଧିକାଂଶ ନିର୍ମାଣଶ୍ରମିକଙ୍କୁ ଏଯାଏଁ ଟଙ୍କାଟିଏ ବି ସହାୟତା ମିଳିନି। ମଞ୍ଜୁରି ସତ୍ବେ କାହିଁକି ନିର୍ମାଣଶ୍ରମିକମାନଙ୍କୁ ସହାୟତା ରାଶି ମିଳୁନି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନି। କେବଳ ଏତିକି ନୁହେଁ ଆଜି ପର୍ଯ୍ୟନ୍ତ ରାଉରକେଲା ଶ୍ରମକାର୍ଯ୍ୟାଳୟରେ ପ୍ରାୟ ୫ ହଜାର ନିର୍ମାଣଶ୍ରମିକଙ୍କର ପ୍ରାୟ ୨୫ କୋଟି ଟଙ୍କା ସହାୟତା ରାଶି ପଡିରହିଥିବା ଜଣାପଡିଛି।

ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଭଳି ସମସ୍ୟା ଉପୁଜିଥିବା ନିର୍ମାଣଶ୍ରମିକ ଓ ଶ୍ରମିକନେତାମାନେ ଅଭିଯୋଗ କରିଛନ୍ତି। ଶ୍ରମକାର୍ଯ୍ୟାଳୟ ଏଭଳି ସମସ୍ୟା ସଂକ୍ରାନ୍ତରେ ଉପଶ୍ରମ ସଂସ୍ଥାପକ ପ୍ରଣବ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଯେତିକି ନିର୍ମାଣଶ୍ରମିକଙ୍କ ମଞ୍ଜୁରି ହୋଇଛି, ସମସ୍ତଙ୍କ ଆକାଉଣ୍ଟକୁ ସହାୟତା ରାଶି ଯାଇଛି। ଯେତିକି ଆବେଦନ କରୁଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବାକୁ ପ୍ରୟାସ କରାଯାଉଛି।