କୋଇଡ଼ା: ରାସ୍ତା ଖରାପ ଯୋଗୁ ୩ ଘଣ୍ଟା ଫସି ରହିଲା ଆମ୍ବୁଲାନ୍ସ। ଯେତେପ୍ରକାର ଚେଷ୍ଟାକଲେ ବି ମୋଟେ ହଲିଲାନି। ଶେଷରେ ଚେନ୍ ବାନ୍ଧି ମେସିନ ସାହାଯ୍ୟରେ କଢ଼ାହେଲା। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରାସ୍ତା ତେହେରେଇ ଛକରେ।
ଶନିବାର ଦିନ ପ୍ରାୟ ୧୦ଟାବେଳେ ସାନଇନ୍ଦିପୁରରୁ ଗୋଟିଏ ଆମ୍ବୁଲାନ୍ସ କୋଇଡ଼ା ଡାକ୍ତରଖାନାକୁ ଫେରୁଥିଲା। ଏହି ରାସ୍ତାର ତେହେରେଇ ଛକରେ ରାସ୍ତା ଏତେ ଖରାପ ହୋଇଛି ଯେ, ସେଠାରେ ଆମ୍ବୁଲାନ୍ସଟି କାଦୁଅରେ ଫସି ଯାଇଥିଲା। ସ୍ଥାନୀୟଲୋକେ ଓ ଖଣିର ସୁରକ୍ଷାକର୍ମୀ ଆମ୍ବୁଲାନ୍ସଟିକୁ ଠେଲି ସେଠାରୁ ଉଠାଇବାକୁ ଚେଷ୍ଟା କରିଥିଲେ। ଦୀର୍ଘସମୟ ଧରି ଚେଷ୍ଟାକଲେ ବି ସେମାନେ ସେଠାରୁ ଆମ୍ବୁଲାନ୍ସଟିକୁ ହଟାଇବାରେ ବିଫଳ ହୋଇଥିଲେ। ବାଧ୍ୟହୋଇ ସ୍ଥାନୀୟ ଖଣିର ମେସିନକୁ ଡକାଯାଇଥିଲା। ମେସିନ ପହଞ୍ଚିବା ପରେ ମଧ୍ୟାହ୍ନ ପ୍ରାୟ ଗୋଟାଏବେଳକୁ ଆମ୍ବୁଲାନ୍ସରେ ଚେନ୍ ବାନ୍ଧି ତାକୁ ସେଠାରୁ ବାହାର କରାଯାଇଥିଲା। ବର୍ଷକୁ କେବଳ ଖଣିରୁ ୧୫ ହଜାର କୋଟିରୁ ଅଧିକ ରାଜସ୍ଵ ପ୍ରଦାନ କରୁଥିବା କୋଇଡ଼ା ଖଣି ଅଞ୍ଚଳର ରାସ୍ତା ମରଣଯନ୍ତା ପାଲଟିଛି। କୋଇଡ଼ାରୁ କଳମଙ୍ଗ, ତେହେରାଇଠାରୁ ସାନଇନ୍ଦିପୁର, କୋଇଡ଼ାରୁ ମିଥିର୍ଡା ହେଉ ଅବା ଅଡ଼ାଘାଟରୁ କେନ୍ଦୁଝର-ରୁଗୁଡ଼ି ରାସ୍ତାରେ ବର୍ତ୍ତମାନ ଯମଯନ୍ତ୍ରଣା ଭୋଗୁଛନ୍ତି ଏଠାକାର ଅଧିବାସୀ। ଖଣି ଅଞ୍ଚଳର ଜୀବନରେଖା କୁହାଯାଉଥିବା ତେହେରାଇ-କଳମଙ୍ଗ-ରୁଗୁଡ଼ି ରାସ୍ତା ନିର୍ମାଣ ପାଇଁ ଚାରିଦଶନ୍ଧି ଧରି ଦାବି କରିଆସୁଛନ୍ତି ଅଞ୍ଚଳବାସୀ।
ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧୦ଟାବେଳେ ସାନଇନ୍ଦିପୁରରୁ ଗୋଟିଏ ଆମ୍ବୁଲାନ୍ସ କୋଇଡ଼ା ଡାକ୍ତରଖାନାକୁ ଫେରୁଥିଲା। ଏହି ରାସ୍ତାର ତେହେରେଇ ଛକରେ ରାସ୍ତା ଏତେ ଖରାପ ହୋଇଛି ଯେ, ସେଠାରେ ଆମ୍ବୁଲାନ୍ସଟି କାଦୁଅରେ ଫସି ଯାଇଥିଲା। ସ୍ଥାନୀୟଲୋକେ ଓ ଖଣିର ସୁରକ୍ଷାକର୍ମୀ ଆମ୍ବୁଲାନ୍ସଟିକୁ ଠେଲି ସେଠାରୁ ଉଠାଇବାକୁ ଚେଷ୍ଟା କରିଥିଲେ। ଦୀର୍ଘସମୟ ଧରି ଚେଷ୍ଟାକଲେ ବି ସେମାନେ ସେଠାରୁ ଆମ୍ବୁଲାନ୍ସଟିକୁ ହଟାଇବାରେ ବିଫଳ ହୋଇଥିଲେ। ବାଧ୍ୟହୋଇ ସ୍ଥାନୀୟ ଖଣିର ମେସିନକୁ ଡକାଯାଇଥିଲା। ମେସିନ ପହଞ୍ଚିବା ପରେ ମଧ୍ୟାହ୍ନ ପ୍ରାୟ ଗୋଟାଏବେଳକୁ ଆମ୍ବୁଲାନ୍ସରେ ଚେନ୍ ବାନ୍ଧି ତାକୁ ସେଠାରୁ ବାହାର କରାଯାଇଥିଲା। ବର୍ଷକୁ କେବଳ ଖଣିରୁ ୧୫ ହଜାର କୋଟିରୁ ଅଧିକ ରାଜସ୍ଵ ପ୍ରଦାନ କରୁଥିବା କୋଇଡ଼ା ଖଣି ଅଞ୍ଚଳର ରାସ୍ତା ମରଣଯନ୍ତା ପାଲଟିଛି। କୋଇଡ଼ାରୁ କଳମଙ୍ଗ, ତେହେରାଇଠାରୁ ସାନଇନ୍ଦିପୁର, କୋଇଡ଼ାରୁ ମିଥିର୍ଡା ହେଉ ଅବା ଅଡ଼ାଘାଟରୁ କେନ୍ଦୁଝର-ରୁଗୁଡ଼ି ରାସ୍ତାରେ ବର୍ତ୍ତମାନ ଯମଯନ୍ତ୍ରଣା ଭୋଗୁଛନ୍ତି ଏଠାକାର ଅଧିବାସୀ। ଖଣି ଅଞ୍ଚଳର ଜୀବନରେଖା କୁହାଯାଉଥିବା ତେହେରାଇ-କଳମଙ୍ଗ-ରୁଗୁଡ଼ି ରାସ୍ତା ନିର୍ମାଣ ପାଇଁ ଚାରିଦଶନ୍ଧି ଧରି ଦାବି କରିଆସୁଛନ୍ତି ଅଞ୍ଚଳବାସୀ। ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି ଯେ କୋଇଡ଼ା ଖଣି ଅଞ୍ଚଳ ଚତୁଃପାର୍ଶ୍ଵରେ ଲୋକେ ଗୃହବନ୍ଦୀ ହେଲେଣି। ବ୍ଲକ୍ ମୁଖ୍ୟାଳୟରୁ ବିଚ୍ଛିନ୍ନ ହେଲାଣି ମାଲଦା ଓ ପାଟମୁଣ୍ଡା ପଞ୍ଚାୟତ।