କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନେଇ ଗୁରୁତର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ସକାଳରେ ବେଡ୍ ସଂଖ୍ୟା ପର୍ଯ୍ୟାପ୍ତ ନଥିବାରୁ ଅନେକ ରୋଗୀଙ୍କୁ ତଳେ ଶୁଆଇ ସାଲାଇନ ଲଗାଇବାକୁ ପଡିଥିଲା। କେହି କେହିକୁ ଚଟେଇ କିମ୍ବା ଗାମଛା ବିଛାଇ ତା’ପରେ ଶୋଇଥିବା ଚିତ୍ର ସ୍ଥାନୀୟ ଲୋକମାନଙ୍କୁ ବ୍ୟଥିତ କରିଛି।

Advertisment

ଗରିବ ଓ ଦୂରଦୂରାନ୍ତରୁ ଆସୁଥିବା ଆଦିବାସୀ ରୋଗୀମାନଙ୍କ ପାଇଁ ଏହି ପରିସ୍ଥିତି ଅଧିକ କଷ୍ଟକର। ଏପଟେ ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟ ସ୍ଲୋଗାନ ଦେଇଥିବା ବେଳେ ଅନ୍ୟପଟେ ପ୍ରାଥମିକ ସୁବିଧା ଅଭାବରୁ ରୋଗୀଙ୍କୁ ମାଟିରେ ଚିକିତ୍ସା ନେବାକୁ ବାଧ୍ୟ ହେବା ସ୍ବାସ୍ଥ୍ୟ ବ୍ୟବସ୍ଥାପନାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକମାନେ ବେଡ୍ ସଂଖ୍ୟା ବୃଦ୍ଧି ସହିତ ଯଥୋଚିତ ଚିକିତ୍ସା ସୁବିଧା ଯୋଗାଇବାକୁ ଦାବି କରିଛନ୍ତି। ଏଣେ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ନଥିବାରୁ ଲୋକଙ୍କ ଚିକିତ୍ସା ସମୟରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ସ୍ଥାନରେ ଏପରି ଅବ୍ୟବସ୍ଥା ଚିନ୍ତାଜନକ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।