ରାଉରକେଲା: ଗତ କିଛି ଦିନ ହେଲା ଜିଲ୍ଲାର ପରିବାଚାଷୀ ଉତ୍କଟ ଅଭାବୀବିକ୍ରିରେ ହନ୍ତସନ୍ତ ହେଉଛି। ଏକ କ୍ବିଣ୍ଟାଲ୍ ପରିବା ବିକିଲେ ବି ୪୦୦/୫୦୦ ଟଙ୍କା ପାଇବା କଷ୍ଟକର ହୋଇପଡୁଛି। ସୁନ୍ଦରଗଡ଼ର ସର୍ବାଧିକ ଚାଷ ହେଉଥିବା ନୂଆଗାଁ ବ୍ଲକ୍ର ଶହଶହ ଚାଷୀଙ୍କୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି। ଅପରପକ୍ଷରେ ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଚାଷୀମାନଙ୍କ ସ୍ବାର୍ଥକୁ ଅଣଦେଖା କରିଚାଲିଛି। ଶୀତଳଭଣ୍ଡାରଟିଏ ନଥିବାରୁ ଚାଷୀଙ୍କୁ ପ୍ରତିବର୍ଷ ଅଭାବୀବିକ୍ରିର ସାମ୍ନା କରିବାକୁ ପଡୁଛି। ଚାଷୀମାନେ ପନିପରିବାର ଉଚିତ ମୂଲ୍ୟ ପାଉନ୍ତାହାନ୍ତି। ଅନେକ ସମୟରେ ଚାଷୀମାନେ ପନିପରିବା ବିକ୍ରି ନକରି ଗାଈଗୋରୁ ଛାଡ଼ି ଦେଉଛନ୍ତି। ବ୍ଲକ୍ର ଫୁଲଝରଠାରେ ପ୍ରାୟ ସଢ଼େ ୪ ଏକର ଜାଗାରେ ହେବାକୁ ଥିବା ମେଗା ପ୍ରକଳ୍ପ ଆଣ୍ଠେଇଛି। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ କାମ ସରିଛି।
ପନିପରିବା ଚାଷ ପାଇଁ କେବଳ ଜିଲ୍ଲା ନୁହେଁ, ସାରା ପଶ୍ଚିମ ଓଡ଼ିଶାରେ ନୂଆଗାଁ ବ୍ଲକ୍ର ପରିଚୟ ରହିଛି। ଏଠାରୁ ପ୍ରତିବର୍ଷ ଶହଶହ କ୍ବିଣ୍ଟାଲ ବିଭିନ୍ନ ପ୍ରକାର ପରିବା ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଏ। ବିଶେଷ କରି ସିମ୍ଲାଲଙ୍କା ଚାଷରେ ଏହି ବ୍ଲକ୍ର ବେଶ୍ ନାଁ ରହିଛି। କିନ୍ତୁ ଶୀତଳଭଣ୍ଡାର ଓ ଗୋଦାମ ଘର ନଥିବାରୁ ଶହଶହ କ୍ବିଣ୍ଟାଲ ପରିବା ପଚିସଢ଼ି ନଷ୍ଟ ହୋଇଯାଉଛି। ଏହି ଭୟରେ ବାଧ୍ୟ ହୋଇ ବହୁଚାଷୀ ଖୁବ୍ କମ୍ ଦରରେ ସିମ୍ଲା ଲଙ୍କା ବେପାରୀଙ୍କୁ ଟେକି ଦେଉଛନ୍ତି। ଅନେକ ଚାଷୀ ରାସ୍ତାରେ ପନିପରିବା ଢ଼ାଳି ଦେଉଛନ୍ତି। ଆଉ କିଛି ଗାଈଗୋରୁଙ୍କୁ ଖାଇବାକୁ ଦେଉଛନ୍ତି। ଏଭଳି ସ୍ଥିତି ପ୍ରତିବର୍ଷ ଉପୁଜୁଥିଲେ ହେଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ତତ୍ପରତା ଦେଖାଯାଉ ନାହିଁ। ଯାହାକୁ ନେଇ ନୂଆଗାଁର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ବ୍ଲକର କିଛି ଅଞ୍ଚଳରେ ଚାଷୀଙ୍କ କ୍ଷେତରେ କ୍ବିଣ୍ଟାଲକ୍ବିଣ୍ଟାଲ ଟମାଟୋ ସେମିତି ପଡ଼ିଛି। ଉଚିତ ମୂଲ୍ୟ ମିଳୁ ନଥିବାରୁ ଚାଷୀମାନେ ତୋଳିବାକୁ ଯାଉନାହାନ୍ତି। କେବଳ ନୂଆଗାଁ ନୁହେଁ କୁଆରମୁଣ୍ଡା, ଲାଠିକଟା ଓ ବିଶ୍ରାରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି।

କୃଷକବଜାର ପାଇଁ କୁଆରମୁଣ୍ଡା ବ୍ଲକରେ ୫ ଏକର, ପାନପୋଷ ବାଲୁଘାଟରେ ୧୩ ଏକର, ବେଦବ୍ୟାସରେ ୧.୯୨ ଏକର, ବିଶ୍ରା ଭାଲୁଲତାରେ ୨.୭୬ ଏକର, ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହିରେ ୨.୮୧ ଏକର, ରାଉରକେଲା ସିଭିଲଟାଉନସିପ୍ରେ ୦.୮୨ ଏକର ଜମି ସରକାର ଆର୍ଏମ୍ସିକୁ ଦେଇଛନ୍ତି। କୁଆରମୁଣ୍ଡାର ୫ ଏକର ଓ ଭାଲୁଲତାର ୨.୭୬ ଏକର ଜମିର ଏନ୍ଓସି କାଗଜପତ୍ର ସ୍ଥାନୀୟ ତହସିଲ ଅଫିସ୍ରେ ସେମିତି ପଡିଛି। ବେଦବ୍ୟାସ, ସିଭିଲଟାଉନସିପ୍ କୃଷକବଜାରର ମଧ୍ୟ ସେହି ସମାନ ସ୍ଥିତି। ବେଦବ୍ୟାସର ୧.୯୨ ପରିମିତ ଜାଗାରେ ୩୦ଟି ଗୋଦାମ ଗୃହ ନିର୍ମାଣ ହୋଇଛି। ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଗୋଦାମ ଘର ଗୁଡ଼ିକ ନିର୍ମାଣ ହୋଇଥିଲା ତାହା ପୂରଣ ହୋଇ ନାହିଁ। ଜିଲ୍ଲାର ଏମିତି ଅନେକ କୃଷି ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିଛି। ତେବେ ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା ଦିଆଯାଉଥିବା କହୁଥିବା ଉଭୟ ସରକାର ଓ ଆର୍ଏମ୍ସିର ଏସବୁ ପ୍ରକଳ୍ପ ପ୍ରତି କେବେ ଦୃଷ୍ଟି ପଡୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।