ପ୍ରୋଟେମ୍‌ ସ୍ପିକର କେ ଜି ବୋପେୟା ହିଁ ବିଧାନସଭାରେ ଆସ୍ଥାଭୋଟ୍‌ ସମୟରେ ଅଧ୍ୟକ୍ଷତା କରିବେ- ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ପ୍ରୋଟେମ ସ୍ପିକର ଭାବେ କେ ଜି ବୋପେୟା ହିଁ ବିଧାନସଭା ରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭୋଟ ସମୟରେ ଅଧ୍ୟକ୍ଷତା କରିବେ ବୋଲିି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟପାଳଙ୍କ ଆଇନଗତ ଅଧିକାର ଉପରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ମଧ୍ୟ ପରୋକ୍ଷରେ ସୂଚିତ କରିଛନ୍ତି ।
କର୍ଣ୍ଣାଟକ ବିଧାନସଭାର ପ୍ରୋଟେମ ସ୍ପିକର ଭାବେ କେ ଜି ବୋପେୟାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଓ ଜେଡିଏସ ଉଠାଇଥିବା ବିବାଦର ଶୁଣାଣି ସୁପ୍ରମ କୋର୍ଟରେ ସକାଳ ସାଢ଼େ ୧୦ଟା ସମୟରେ ଆରମ୍ଭ ହୋଇଥିଲା। କୋର୍ଟ ନମ୍ବର ୬ରେ ଜଷ୍ଟିସ ଏ କେ ସିକ୍ରିିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟର ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। କଂଗ୍ରେସ -ଜେଡିଏସ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପ୍ରେେଟେମ୍‌ ସ୍ପିକର ନିଯୁକ୍ତି ସମୟରେ ପରମ୍ପରା ଉଲଂଘନ ହୋଇଥିିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ କପିଲ ଶିବଳଙ୍କ ଯୁକ୍ତି ଉପରେ ଟିପ୍ପଣି ଦେଇ ଜଷ୍ଟିସ ସିକ୍ରିି କହିଥିଲେ ଯେ ଯଦି କେଜିି ବୋପେୟାଙ୍କୁ କେବଳ ସଦସ୍ୟମାନଙ୍କୁ ଶପଥ ପାଠ କରିବେ ତେବେ କିଏ ଫ୍ଲେର ଟେଷ୍ଟ କରିବେ। ଏହାର ଉତ୍ତରରେ ଶିବଲ କହିଥିଲେ ଯେ ବିଧାନସଭାର ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ଫ୍ଲୋର ଟେଷ୍ଟ ପାଇଁ ସୁଯୋଗ ଦିଆଯାଉ। ଏ ନେଇ ଜଷ୍ଟିସ ସିକ୍ରିି କହିଥିଲେ ଯେ ରାଜ୍ୟପାଳ କାହାକୁ ପ୍ରୋଟେମ୍‌ ସ୍ପିକର ନିଯୁକ୍ତି କରିବେ ସେ ନେଇ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ତେବେ ଆଇନରେ ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତି ଦେବାର କୌଣସି ଆଇନ ନାହିଁ ବୋଲି ସୁପ୍ରମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି କର୍ଣ୍ଣାଟକ ବିଧାନସଭାର ଆସ୍ଥା ଭୋଟ୍‌ର ସଧା ପ୍ରସାରଣ ସମସ୍ତ ଆଞ୍ଚଳିକ ଚାନେଲରେ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି ସୁପ୍ରିମକୋର୍ଟ ଶନିବାର ଅପରାହ୍‌ଣ ୪ଟା ସୁଦ୍ଧା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟାଦୁରପ୍ପା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବହୁମତ ସାବ୍ୟସ୍ତ ପ୍ରୋଟେମ୍‌ ସ୍ପିକରଙ୍କ ଅଧ୍ୟକ୍ଷତାରେ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟପାଳ ବାଜୁଭାଇ ବାଲା କେଜି ବୋପେୟାଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦେଇଥିଲେ। କେଜି ବୋପେୟାଙ୍କୁ ପ୍ରୋଟେମ ସ୍ପିକର ଭାବେ ଦିଆଯାଇଥିବା ନିଯୁକ୍ତିକୁ ବିରୋଧ କରି ଗତକାଲି କଂଗ୍ରେସ ଓ ଜେଡିଏସ ସୁପ୍ରିକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର