କଟକ: ପୁରୀ ସହରର ତାଳବଣିଆରୁ ଭୂଦାନ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବହୁ ପୁରୁଣା ଗଛ କଟାଯିବା ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। କଟକ ସହରର ଜଣାଣୁଣା ସମାଜସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଛି।

Advertisment

ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ପ୍ରାୟ ୭୨ଟି ପୁରୁଣା ଗଛ କଟାଯାଉଥିବା ନେଇ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣା ପଡ଼ିଥିଲା। ଆବେଦନକାରୀ ଜାଣିବାକୁ ପାଇଥିଲେ ଯେ ତାଳବଣିଆ-ଭୂଦାନ ଛକ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପ୍ରକଳ୍ପରେ ଶତାଧିକ ପୁରାତନ ଗଛ ବଳି ପଡ଼ିବାକୁ ଯାଉଛି। ଏପରି ଗଛ କଟା ଦ୍ବାରା ପୁରୀର ପରିବେଶ ଉପରେ କୁପ୍ରଭାବ ପଡ଼ିବ। ସହରର ତାପମାତ୍ରା ବୃଦ୍ଧି ହେବ ଓ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେବ। ଏଭଳି ସ୍ଥିତିରେ ରା‌ସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ବେଆଇନ ଗଛ କଟାକୁ ବନ୍ଦ କରିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁପାଳନ ତଥା ବିଶେଷଜ୍ଞ କମିଟି ଦ୍ୱାରା ଏହି ପ୍ରସଙ୍ଗ ଯାଞ୍ଚ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ରାଜ୍ୟ ସରକାର ଏହି ମୂଲ୍ୟବାନ ଗଛଗୁଡିକୁ ଅନ୍ୟତ୍ର ପୁନଃସ୍ଥାପନ କରି ଏହାକୁ ଜୀବିତ ରଖିବା ପାଇଁ ପ୍ରୟାସ କରନ୍ତୁ କିମ୍ବା ଗଛଗୁଡିକ ନ କାଟି ପାର୍ଶ୍ବବର୍ତ୍ତୀ ଖାଲି ଜମିକୁ ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ବ୍ୟବହାର କରାଯାଉ। ପୂର୍ବରୁ ମଧ୍ୟ ଭୁବନେଶ୍ୱର ୟୁନିଟ୍‌-୪ରେ ବିଧାୟକମାନଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାର୍ଟର ନିର୍ମାଣ ପାଇଁ ଗଛକଟାକୁ ବିରୋଧ କରି ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ସାଧାରଣ ପ୍ରଶାସନ ବିଭାଗ, ନଗର ଉନ୍ନୟନ ବିଭାଗ, ପିକେଡିଏ ଅଧ୍ୟକ୍ଷ, ଓଡ଼ିଶା ବନ ଉନ୍ନୟନ ନିଗମ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।