ଭୁବନେଶ୍ବର/ ରାୟଗଡ଼ା: ଗୁରୁ ଦିବସରେ ଗୁରୁଙ୍କ ଆନ୍ଦୋଳନ। ୫ ଦଫା ଦାବିରେ ଲୋୟର ପିଏମଜିରେ ଏକାଠି ହେଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ହୋଇଛି ପ୍ରତିବାଦ ଶୋଭାଯାତ୍ରା। ବ୍ଲକ ଗ୍ରାଣ୍ଟ ଅନୁଦାନ ପାଇବାରୁ ବଞ୍ଚିତ ହେବା ସହ ପେନସନ ଦାବିରେ ସରକାର ବିରୋଧରେ ଏକାଠି ହୋଇଛି ସଂଘ।
ଏଣେ ରାୟଗଡ଼ାରେ ବି ଗୁରୁ ଦିବସକୁ କଳାଦିବସ ରୂପେ ପାଳନ କରାଯାଇଛି। ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନ ମହାବିଦ୍ୟାଳୟମାନଙ୍କରେ ୨୦୦୮ ରୁ ୨୦୧୮ (ଶିକ୍ଷାରେ ଅଗ୍ରଗାମୀ ଜିଲ୍ଲା) ଏବଂ ୨୦୧୦ ରୁ ୨୦୨୦(ଶିକ୍ଷାରେ ପଛରେ ପଡିଥିବା ଜିଲ୍ଲା) ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ନେଇ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ଗୁରୁ ଦିବସକୁ କଳାଦିବସରୂପେ ପାଳନ କରିଛନ୍ତି ଅଧ୍ୟାପକ । ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ଆହ୍ବାନ କ୍ରମେ ନୂତନ ସରକାର ଆସିବା ଦିନଠୁ ପର୍ଯ୍ୟାୟକ୍ରମେ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରାଯାଇଛି ତଥାପି ଫଳଶୁନ। ସରକାରଙ୍କ ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଗୁରୁଦିବସକୁ କଳା ଦିବସ, ଦେଢ଼ ଲକ୍ଷ ସାଧାରଣ ଲୋକଙ୍କର ଦସ୍ତଖତ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୧୧ ଥର ସିଧାସଳଖ ସାକ୍ଷାତ ସହିତ ଆଲୋଚନା କରିବା, ରାଜ୍ୟରେ ଥିବା ପାଞ୍ଚଟି ଶିକ୍ଷା ନିର୍ଦ୍ଦେଶାଳୟ ମାଧ୍ୟମରେ ଦାବିପତ୍ର ପ୍ରଦାନ,୩୦ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପରେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ଚୁପ୍ ହୋଇ ବସିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛି ସଂଘ।
ଗୁରୁ ଦିବସରେ ଗୁରୁଙ୍କ ଆନ୍ଦୋଳନ। ୫ ଦଫା ଦାବିରେ ଲୋୟର ପିଏମଜିରେ ଏକାଠି ହେଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ହୋଇଛି ପ୍ରତିବାଦ ଶୋଭାଯାତ୍ରା। ବ୍ଲକ ଗ୍ରାଣ୍ଟ ଅନୁଦାନ ପାଇବାରୁ ବଞ୍ଚିତ ହେବା ସହ ପେନସନ ଦାବିରେ ସରକାର ବିରୋଧରେ ଏକାଠି ହୋଇଛି ସଂଘ।
ଏଣୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିମିତ୍ତ ଧାରଣା ମହାତ୍ମା ଗାନ୍ଧୀ ମାର୍ଗ ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟର ଫାଟକ ସମ୍ମୁଖକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥାନାନ୍ତରିତ ହେଲା ବୋଲି ସଂଘର ସଭାପତି ବିଶ୍ବରଂଜନ ଦାସ ମହାତ୍ମା ଗାନ୍ଧୀ ମାର୍ଗ ଧାରଣା ସ୍ଥଳରୁ ଘୋଷଣା ସହ ଗୁରୁ ଦିବସକୁ କଳାଦିବସ ରୂପେ ପାଳନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏଣୁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘକୁ ସମର୍ଥନ ଜଣାଇ ଆଜି ରାୟଗଡ଼ା ଜିଲ୍ଲାର କାର୍ଯ୍ୟରତ ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ତରଫରୁ ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/05/untitled-2025-09-05-14-40-44.png)