ଚଣ୍ଡିଖୋଲ: ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଗିରଫ କରାଯିବା ସହିତ ତାଙ୍କୁ ଛାଡିଦେଇ ପୁଣି ସେହି ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ଆଣିଥିବା ପ୍ରତିବାଦରେ ୨୦ରୁ ଅଧିକ ମହିଳା ଗତକାଲି ରାତି ୧୦ ଟାରେ ବାଲିଚନ୍ଦ୍ରପୁର ଥାନା ଘେରାଉ କରି ଥାନାଧିକାରୀଙ୍କ ବିରୁଦ୍ଧରେ ଗର୍ଜିଥିଲେ ।
ସୂଚନା ମୁତାବକ, ଏହି ଥାନା ଅନ୍ତର୍ଗତ ମଝିପଡା ପଞ୍ଚାୟତ ଚଣ୍ଡିଆ ଗ୍ରାମରେ ଗଣେଶ ଭସାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ଏନେଇ ଏହି ଗ୍ରାମର ୩୦ ଲୋକେ ଗ୍ରାମର ଦିଗମ୍ବର ଜେନା (୫୨)ଙ୍କୁ ବାନ୍ଧି ମାରଧର କରିଥିଲେ । ତେବେ ଏନେଇ ଖବର ପାଇ ଗତ ୩ ତାରିଖ ଦିନ ପୁଲିସ ଦିଗମ୍ବରଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ୫୦ ହଜାର ଟଙ୍କା ଦେଲେ ଦିଗମ୍ବରକୁ ଛାଡି ଦେବୁ ବୋଲି ପୋଲିସ ଦିଗମ୍ବରଙ୍କ ପତ୍ନୀ ସୁମିତ୍ରାଙ୍କୁ କହିଥିଲେ । ତେବେ ମୁଁ ପଛରେ ପଇସା ଦେବି ସୁମିତ୍ରା କହିବାରୁ ୩ ତାରିଖ ଦିନ ୨ଟାରେ ପୁଲିସ ଦିଗମ୍ବରକୁ ଛାଡି ଦେଇଥିଲେ ବୋଲି ସୁମିତ୍ରା ଜେନା ଗଣ ମାଧ୍ୟମକୁ କହିଥିଲେ ।
ପୁନଶ୍ଚ ପୁଲିସ ସନ୍ଧ୍ୟା ୬ ଟାରେ ଦିଗମ୍ବରଙ୍କ ଘର ଉପରେ ଚଢ଼ାଉ କରି ଜୋର ଜବରଦସ୍ତ ଦିଗମ୍ବରକୁ ଉଠାଇ ଆଣିଥିଲା । ଗତ ୩ ତାରିଖ ଦିନ ଦିଗମ୍ବରକୁ ଛାଡି ଦେଇ ପୁଣି ଆଜି ବିନା କାରଣରେ ଦିଗମ୍ବରକୁ ଥାନାକୁ ଆଣି ଅଟକ ରଖିବା ପ୍ରତିବାଦରେ ଗ୍ରାମର ୨୦ ରୁ ଅଧିକ ମହିଳା ରାତି ୧୦ ଟାରେ ଆସି ଥାନା ଘେରାଉ କରିଥିଲେ ଘଟଣାର ପ୍ରତିବାଦ କରିଥିଲେ । ଅପରପକ୍ଷରେ ଅନ୍ୟ ଗୋଷ୍ଠି ବିରୁଦ୍ଧରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ସୁମିତ୍ରା ଅଭିଯୋଗ କରିଛନ୍ତି । ତେବେ ଏହି ଘେରାଉ ସମୟରେ ମହିଳାମାନେ ଥାନାଧିକାରୀଙ୍କ ବିରୁଦ୍ଧରେ ତୁମ୍ବି ତୋଫାନ କରିଥିବା ଦେଖିବାକୁ ମିଳିଥିଲା ।
ତେବେ ପୁନଶ୍ଚ ପୁଲିସ ସନ୍ଧ୍ୟା ୬ ଟାରେ ଦିଗମ୍ବରଙ୍କ ଘର ଉପରେ ଚଢ଼ାଉ କରି ଜୋର ଜବରଦସ୍ତ ଦିଗମ୍ବରକୁ ଉଠାଇ ଆଣିଥିଲା । ଗତ ୩ ତାରିଖ ଦିନ ଦିଗମ୍ବରକୁ ଛାଡି ଦେଇ ପୁଣି ଆଜି ବିନା କାରଣରେ ଦିଗମ୍ବରକୁ ଥାନାକୁ ଆଣି ଅଟକ ରଖିବା ପ୍ରତିବାଦରେ ଗ୍ରାମର ୨୦ ରୁ ଅଧିକ ମହିଳା ରାତି ୧୦ ଟାରେ ଆସି ଥାନା ଘେରାଉ କରିଥିଲେ ଘଟଣାର ପ୍ରତିବାଦ କରିଥିଲେ । ଅପରପକ୍ଷରେ ଅନ୍ୟ ଗୋଷ୍ଠି ବିରୁଦ୍ଧରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ସୁମିତ୍ରା ଅଭିଯୋଗ କରିଛନ୍ତି । ତେବେ ଏହି ଘେରାଉ ସମୟରେ ମହିଳାମାନେ ଥାନାଧିକାରୀଙ୍କ ବିରୁଦ୍ଧରେ ତୁମ୍ବି ତୋଫାନ କରିଥିବା ଦେଖିବାକୁ ମିଳିଥିଲା ।