ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀ ୨୦୨୬କୁ ନେଇ ବିବାଦ ଥମୁନାହିଁ। ଯୁବ କଂଗ୍ରେସର ଏକ ଗୋଷ୍ଠୀ ଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ସର୍ଟ ଖୋଲି ବିରୋଧ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନିଜକୁ ଯୁବ କଂଗ୍ରେସର ସଦସ୍ୟ ଭାବେ ପରିଚୟ ଦେଇ ୧୦ ଜଣ ଯୁବକ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି। ଚାରିରୁ ୫ ଜଣ ପ୍ରଦର୍ଶନକାରୀଙ୍କୁ ପୁଲିସ ହେପାଜତକୁ ନେଇଛି। ବିରୋଧ ପ୍ରଦର୍ଶନକାରୀ କ୍ୟୁଆର୍‌ କୋଡ ପାସ୍‌ ବ୍ୟବହାର କରି ଭାରତ ମଣ୍ଡପମ୍‌ରେ ପ୍ରବେଶ କରି ବିରୋଧ ପ୍ରଦର୍ଶନ କରିଥିଲେ।

Advertisment

 ଅଟକ ଥିବା କର୍ମୀଙ୍କୁ ପଚରାଉଚରା ପାଇଁ ତିଲକମାର୍ଗ ପୁଲିସ ଷ୍ଟେସନ ନିଆଯାଇଛି। ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଏଆଇ ସମ୍ମିଳନୀ ସୁରୁଖୁରୁରେ ଚାଲିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଏପରି ବିରୋଧ ପ୍ରଦର୍ଶନକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଏହାକୁ ଜାତୀୟ ଲଜ୍ଜା ବୋଲି କହିଛନ୍ତି।

ବିଶ୍ବସ୍ତରରେ ଭାରତକୁ ଲଜ୍ଜିତ କରିବାକୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ପାର୍ଟିର କର୍ମୀମାନେ ଏପରି ସର୍ଟ ଖୋଲି ପ୍ରଦର୍ଶନ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏଆଇ ସମ୍ମିଳନୀ ସଫଳତାରେ ସେମାନେ ଈର୍ଷାନ୍ବିତ ଥିବା ବିଜେପି ପ୍ରବକ୍ତା ନଳିନୀ କୋହଲି କହିଛନ୍ତି।

ଆହୁରି ଦେଖନ୍ତୁ: