ବାରଙ୍ଗ: ବାରଙ୍ଗ ଆନନ୍ଦ ବଜାର ଗୋଲେଇ ଛକ ଠାରେ ମୋଟ୍ରା ରେଳ ପ୍ରକଳ୍ପର ପ୍ରଥମ ସ୍ତମ୍ଭ ବା ପିଲାର ନିର୍ମାଣ ଲାଗି ଭୂମିପୂଜା କରଯାଇଛି। ଏହି ପ୍ରକଳ୍ପ ପାଇଁ ଭୁବନେଶ୍ୱରର କିଟ୍ ଛକ ଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ କାର୍ଯ୍ୟାଦେଶ ପାଇ ଥିବା ଦିଲ୍ଲୀର ଠିକା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ସ୍ତମ୍ଭ ନିର୍ମାଣ ଲଗି ଖନନ ହେବାକୁ ଥିବା ସ୍ଥାନରେ ଭୂମିପୂଜା କରିଛନ୍ତି। 

Advertisment

ସୂଚନାଯେଗ୍ୟ ଗତ ଜାନୁଆରି ଏକ ତାରିଖରେ ରତାଗଡ଼ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପାଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପର କାରଖାନା (ୱାର୍କସପ) ଶିଳାନ୍ୟାସ କରି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୬୨୨୫ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ମଧ୍ୟରେ ନିର୍ମାଣ ହେବାକୁ ଥିବା ମେଟ୍ରୋ ରେଳ ଲାଇନ୍‌ ଭିତରେ ୨୦ଟି ରହଣି ସ୍ଥଳ ବା ଷ୍ଟେସନ ରହିବ ବୋଲି ଘୋଷଣା କରାଯାଇଥିଲା। ଭୁବନେଶ୍ୱର ଓ କଟକକୁ ସଂଯୋଗ କରିବା ସହ ପରିବହନ କ୍ଷେତ୍ରରେ ଏହା ସହାୟକ ହେବ।