ନିମାପଡ଼ା: ପୁରୀ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଅଚାନକ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଫେରିଛନ୍ତି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତିପରିଡ଼ା ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ ସମୟରେ ଭିତ୍ତିିଭୂମିର ତଦାରଖ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ଆଟଡ଼ୋର, ବିଭିନ୍ନ ୱାର୍ଡ଼ ପରିଦର୍ଶନ କରି ରୋଗୀମାନଙ୍କ ଚିକିତ୍ସାବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ୱାର୍ଡଗୁଡ଼ିକରେ କଣ ଆବଶ୍ୟକତା ରହିଛି ଡ଼ାକ୍ତରମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ପରୀକ୍ଷାଗାର, ନିରାମୟ କେନ୍ଦ୍ର, ଅସ୍ତ୍ରୋପଚାର ଗୃହ(ଓ.ଟି) ପରିଦର୍ଶନ କରିଥିଲେ।
ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯାହା ଯାହା ଆବଶ୍ୟକ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ଆଲୋଚନା କରି ପୂରଣ କରାଯିବ ବୋଲି ପରିଦର୍ଶନ ବେଳେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ଓ ପୁନଃ ନିର୍ମାଣ ସହ ୱାର୍ଡ଼ଗୁଡ଼ିକର ଆବଶ୍ୟକତା ଅନୁସାରେ ମରାମତି କାମ ବାକି ରହିଛି ତାହା ତୁରନ୍ତ ସାରିବାକୁ ପରିଦର୍ଶନବେଳେ ଉପସ୍ଥିତ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯାହା ଯାହା ଆବଶ୍ୟକ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ଆଲୋଚନା କରି ପୂରଣ କରାଯିବ ବୋଲି ପରିଦର୍ଶନ ବେଳେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ଓ ପୁନଃ ନିର୍ମାଣ ସହ ୱାର୍ଡ଼ଗୁଡ଼ିକର ଆବଶ୍ୟକତା ଅନୁସାରେ ମରାମତି କାମ ବାକି ରହିଛି ତାହା ତୁରନ୍ତ ସାରିବାକୁ ପରିଦର୍ଶନବେଳେ ଉପସ୍ଥିତ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଅକ୍ଷୟ କୁମାର ଶତପଥୀ, ଜିଲା ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ଏବଂ ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଇନଜାର୍ଜ ଡ଼ାକ୍ତର ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।