ରାଉରକେଲା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରାଜ୍ୟରେ ଅଟକିଥିବା ରାଜ୍ୟର ୧୩ ଜିଲ୍ଲା ବିଜେପି ସଭାପତିଙ୍କ ନାମ ଘୋଷଣା ‌ହୋଇଛି। ରାଉରକେଲା ପାନପୋଷ ଜିଲ୍ଲା ସଭାପତି ଦୌଡରେ ଥିବା ୧୨ ନେତାଙ୍କ ମଧ୍ୟରୁ ଆଜି ବିଜେପି ହାଇକମାଣ୍ଡ ପୂର୍ଣ୍ଣିମା କେର୍କେଟାଙ୍କ ନାମ ଘୋଷଣା କରିଛନ୍ତି। ପୂର୍ଣ୍ଣିମା କେର୍କେଟା ବିଜେପି  ରାଜ୍ୟ ସାଧାରଣ ସମ୍ପାଦିକା ଅଛନ୍ତି। ବହୁ ବାଦବିବାଦ ପରେ ପୂର୍ଣ୍ଣିମା କେର୍କେଟା ନାମରେ ମୋହର ବାଜିଥିବାରୁ ବିଜେପିନେତା ଓ କର୍ମୀମହଲରେ ଖୁସିର ଲହରି ଖେଳିଯାଇଛି।

Advertisment

ଆଗାମୀ ଦିନରେ ପୂର୍ଣ୍ଣିମା‌ କେର୍କେଟା ପାନପୋଷ ସାଙ୍ଗଠନିକ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବା ସହ ସହରବିକାଶକୁ ଆଗେଇ ନେବାରେ ସହାୟକ ହେବେ ବୋଲି ନେତାମାନେ ଆଶାବ୍ୟକ୍ତ କରିଛନ୍ତି। ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପୂର୍ଣ୍ରିମାକୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ଣ୍ଣିମାଙ୍କ ନେତୃତ୍ବରେ ରାଉରକଲୋ ଦଳ ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଜିଲ୍ଲା ସଭାପତି ତାଲିକାରେ ପୂର୍ବତନ ବିଧାୟକ ଶଙ୍କର ଓରାମ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ପୂଜାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କାଉଲନ୍‌ସିଲର ପ୍ରମିଳା ଦାସ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ଜିଲ୍ଲା ଉପସଭାପତି ମଳୟ ରଞ୍ଜନ ମହାପାତ୍ର, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ,  ଜିଲ୍ଲା ସମ୍ପାଦକ ପରେଶ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଜେନା। ସେମିତି ବିଜେପିର ସଦସ୍ୟ ରଣଜିତ ନାୟକ, ପ୍ରବାଳ ବାରିକ୍‌, ଶ୍ରୀଧର ମଲ୍ଲିକ ଓ ରାଜକିଶୋର ଭଞ୍ଜ ରହିଥିଲେ। ଏମାନଙ୍କ ମଧ୍ୟରୁ ପୂର୍ଣ୍ଣିମା କେର୍କେଟା, ଶଙ୍କର ଓରାମ, ପ୍ରମିଳା ଦାସ ଓ ଶଙ୍କର ପୂଜାରୀଙ୍କ ନାମକୁ ଦଳୀୟ ନେତା ଓ କର୍ମୀ ମହଲରେ ବେଶ୍‌ ଚର୍ଚ୍ଚା ହେଉଥିଲା।