ଭୁବନେଶ୍ୱର: ଛତିଶଗଡର ଝିଅ, ଝାଡ଼ଖଣ୍ଡର ବୋହୂ | ସାମ୍ବାଦିକତା ପଢିଥିବା ପୂର୍ଣ୍ଣିମା ଦାସଙ୍କୁ ଏଥର ବିଜେପି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଛି | ତେବେ ପୂର୍ଣ୍ଣିମାଙ୍କ ପରିଚୟ ଦେବାକୁ ଗଲେ ସେ ହେଉଛନ୍ତି ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ | ଆଉ ବିଜେପି ତାଙ୍କୁ ଜାମସେଦପୁର ପୂର୍ବରୁ ଟିକେଟ ଦେଇଛି । ଏହା ହେଉଛି ସମାନ ଆସନ ଯେଉଁଠାରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଟିକେଟ ମିଳିବାକୁ ନେଇ ପୂର୍ଣ୍ଣିମା ଦାସ କହିଛନ୍ତି ଯେ ଗତ ସାଢେ ୬ ବର୍ଷ ଧରି ଝାଡ଼ଖଣ୍ଡର ବୋହୂ ନୁହେଁ ବରଂ ଝିଅ ଭାବେ ସେବା କରିଛନ୍ତି | ବୋହୂ ନୁହେଁ ବରଂ ଝିଅ ଭାବେ ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ |
ଉଲ୍ଲେଖ ଥାଉ କି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଧାନବାଦରୁ ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଷଢେଇକେଲାରୁ ଚମ୍ପାଇ ସୋରେନଙ୍କୁ ଟିକେଟ ମିଳିଛି ।
ସେହିପରି ଚଳିତ ଲୋକସଭା ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀଙ୍କୁ ମଧ୍ୟ ବିଧାନସଭା ରଣାଙ୍ଗନରେ ବିଜେପି ଓହ୍ଲାଇଛି | ସୁଦର୍ଶନ ଭାଗବତଙ୍କ ସମେତ ଲୋକସଭା ନିର୍ବାଚନରେ ​​ହାରିଥିବା ଅନେକ ନେତାଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡାଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି। ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ ଓ ନଭେମ୍ବର ୨୩ରେ ଗଣତି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/10/19/C3RqzIWbwjwDP7rGrjpk.jpg)